www.samajalive.in
Saturday, December 13, 2025
26.1 C
Bhubaneswar

ଓବିସି ଜନଗଣନା ନହେଲେ ନିଆଁ ଜଳିବ- ଟିଟିଲାଗଡ଼ ଓବିସି ମଞ୍ଚ

ଟିଟିଲାଗଡ଼ : ଟିଟିଲାଗଡ଼ ଓବିସି ମଞ୍ଚ ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ବିଶାଳ ଶୋଭାଯାତ୍ରା ସହ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡିଶାରେ ଓବିସି ଜନଗଣନା, ଶିକ୍ଷା, ଚାକିରୀ କ୍ଷେତ୍ରରେ ଅଗ୍ରାଧିକାର, ବ୍ୟବସାୟ ଓ ଶିକ୍ଷା କ୍ଷେତ୍ରରେ ଆର୍ଥିକ ପ୍ରୋତ୍ସାହନ, ଓବିସି ସ୍ଵଛଳ ବର୍ଗଙ୍କୁ ମଧ୍ୟ ସମସ୍ତ ସୁବିଧା ପ୍ରଦାନ, ଓଡିଶାରେ କନଷ୍ଟେବଲ ନିଯୁକ୍ତିରେ ଓବିସିଙ୍କ ପାଇଁ ନିଯୁକ୍ତିରେ ଅଗ୍ରାଧିକାର, ଓବିସିଙ୍କ ପାଇଁ ମଣ୍ଡିରେ ଧାନର ପ୍ରକୃତ ମୂଲ୍ୟ ସୁନିଶ୍ଚିତ ଦାବି ହୋଇଛି । ଏହି ମର୍ମରେ ଓବିସି ନେତା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଓବିସି ନେତା ଆଇନଜୀବି ମନୋଜ ହାତୀ ଏବଂ ଆଇନଜୀବି ତୁଳସୀରାମ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଆଇନଜୀବୀ ସୁମନ୍ତ ସାହୁ, ବାଳକୃଷ୍ଣ ଶାଣ୍ଢ, ଘିନୁ ଆଡ଼ଜୁଆଡ଼ ପ୍ରମୁଖ ସାମିଲ ଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories