www.samajalive.in
Saturday, December 13, 2025
26.1 C
Bhubaneswar

ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉର୍ତ୍ସଗରେ ଶୋକସଭା

ସମ୍ବଲପୁର: ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉର୍ତ୍ସଗର କାର୍ୟ୍ୟାଳୟରେ ମଙ୍ଗଳବାର ଏକ ଶୋକସଭା ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଅଶୋକ ମହାନ୍ତିଙ୍କ ଗତ ୫ ତାରିଖରେ ଅକାଳ ବିୟୋଗ ଯୋଗୁଁ ଆୟୋଜିତ ଏହି ଶୋକସଭାରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସେ ଅନୁଷ୍ଠାନର ଏକ ବିରଳ ଗ୍ରୁପର ରକ୍ତଦାତା ଥିଲେ। ମିଷ୍ଟଭାଷୀ, ଅମାୟିକ ଓ ପରୋପକାରୀ ବ୍ୟକ୍ତିତ୍ୱର ଅଧିକାରୀ ସ୍ୱର୍ଗତ ଶ୍ରୀ ମହାନ୍ତି ଙ୍କ ପରିବାରବର୍ଗ ପ୍ରତି ସଦସ୍ୟ ମାନେ ଗଭୀର ସମବେଦନା ଜ୍ଞାପନ କରିଥିଲେ। ଶୋକସଭାରେ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ, ରୁଦ୍ର ନାରାୟଣ ମିଶ୍ର, ଲମ୍ବୋଦର ମିଶ୍ର, ସୁର୍ୟ୍ୟ ପଟ୍ଟନାୟକ, ଶିବ ନାରାୟଣ ପାଣିଗ୍ରାହୀ, ଉମା ଶଙ୍କର ଯୋଶୀ, ଅଶୋକ କୁମାର ପଣ୍ଡା, ରାଜେନ୍ଦ୍ର କୁମାର ମହାପାତ୍ର, ସରୋଜ ଦାଶ, ମହେନ୍ଦ୍ର ମିଶ୍ର, ସୁଧିର ପୂଜାରୀ, ପ୍ରଣବାନନ୍ଦ ଦାନୀ, ଲୋକନାଥ ପାଣ୍ଡେ, ବାବଲା ଷଣ୍ଢ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories