କର୍ପୋରେଟ୍ ବ୍ୟାଡମିଣ୍ଟନ୍ ଚାମ୍ପିୟନ୍‌ସିପ୍ ‘ଲେଟସ୍ ସଟ୍ଟଲ’ ଉଦ୍‌ଯାପିତ

ଭୁବନେଶ୍ୱର : ରେଲୱେ ଇଣ୍ଡୋର୍ ଷ୍ଟାଡ଼ିୟମ୍‌ଠାରେ କର୍ପୋରେଟ୍ ବ୍ୟାଡମିଣ୍ଟନ୍ ଚାମ୍ପିୟନ୍‌ସିପ୍ ‘ଲେଟସ୍ ସଟ୍ଟଲ’ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଗତ ୧୦ରୁ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ କର୍ପୋରେଟ୍ ହାଉସ୍‌ର ୧୭୮ ଟି ଟିମ୍ ଏଥିରେ ଭାଗ ନେଇଥିଲେ ।

ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଯୋଗଦେଇଥିବା ବେଳେ ସମ୍ବାଦ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର୍ ପଟ୍ଟନାୟକ ଓ ଏକ୍‌ଜିକ୍ୟୁଟିଭ୍ ଡ଼ାଇରେକ୍ଟର ତନୟା ପଟ୍ଟନାୟକ, ଇଭୋସ୍ ବିଲ୍ଡକନ୍‌ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ରୁଚି ଫୁଡଲାଇନ୍ ର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ, ପିଆଇଆଇର ପରିଚାଳନା ନିର୍ଦ୍ଦେଶକ ବିଜୟ କାଏଲ୍ ଏବଂ ସମ୍ବାଦ ଡିଜିଟାଲ ଓ ରେଡିଓ ଚକୋଲେଟ ମାର୍କେଟିଂ ମୁଖ୍ଯ ଲିଙ୍ଗରାଜ ଲେଙ୍କା ଉପସ୍ଥିତ ଥିଲେ । ସମସ୍ତ ମ୍ୟାଚ୍ ଗୁଡ଼ିକ ଓଡ଼ିଶା ଷ୍ଟେଟ୍ ବ୍ୟାଡ଼୍‌ମିଟନ୍ ଆସୋସିଏସନ୍ ଦ୍ୱାରା ପରିଚାଳନା କରିଥିବା ବେଳେ ଆସ୍ଥା ସ୍କୁଲ୍ ଅଫ୍ ମ୍ୟାନେଜ୍‌ମେଣ୍ଟ୍‌ର ଭଲ୍ୟୁଣ୍ଟର୍‌ମାନେ ସହଯୋଗ କରିଥିଲେ ।

prayash

ଏଥିରେ ୪୫ ବର୍ଷରୁ କମ ବୟସ ଫାଇନାଲ ମ୍ୟାଚ କଳ୍ପତରୁ ଏଜେନ୍ସି ଓ ମେସର୍ସ ଆଶା ମଧ୍ୟରେ ହୋଇଥିଲା। ଏଥିରେ କଳ୍ପତରୁ ଏଜେନ୍ସି ବିଜୟୀ ହୋଇଥିଲା। ୪୫ ବର୍ଷରୁ ଉର୍ଦ୍ଧ ବର୍ଗରେ କେ୧ ସିକ୍ୟୁରିଟି ସହ ପାରାଦୀପ ପୋର୍ଟ ଅଥୋରିଟି ଫାଇନାଲ ଖେଳା ଯାଇଥିଲା। ଏଥିରେ କେ ୧ ସିକ୍ୟୁରିଟିର ସନ୍ତୋଷ କୁମାର ଚୌଧୁରୀ ଓ ଶ୍ରୀମନ୍ତ କୁମାର ମିଶ୍ର ବିଜୟୀ ହୋଇଥିଲା। ସେହିପରି ଓଡିଶା ସରକାରଙ୍କ ଫାଇନାନ୍ସ ବିଭାଗ ଏବଂ ଭାରତୀୟ ଡାକ ବିଭାଗ ଫାଇନାଲ ମ୍ୟାଚରେ ଫାଇନାନ୍ସ ବିଭାଗର ଦୀପ୍ ରଞ୍ଜନ ବିଶୋଇ ଓ ଦୀପକ କୁମାର ବେଶ୍ରା ବିଜୟୀ ହୋଇଥିଲା।

ସୁପର ଫାଇନାଲରେ କଳ୍ପତରୁ ଏଜେନ୍ସିର ତାରିଣୀ ମାଝି ଓ ସୌରଭ ମହାନ୍ତି ଚାମ୍ପିୟନ ହୋଇଥିଲେ। ବିଜୟୀ ଟିମଙ୍କୁ ୨୫୦୦୦ ଚେକ୍ ସହ ଟ୍ରଫି ଏବଂ ରନର୍ସ ଟିମଙ୍କୁ ୧୫୦୦୦ ଚେକ୍ ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ପିଆଇଆଇ ଇଲେକ୍ଟ୍ରୋଲାଇଟ ନିମ୍ବୁ ପାଣିର ବଜାର ପ୍ରବେଶ କରାଯାଇଥିଲା ।

ରେଡିଓ ଚକୋଲେଟ୍ ଓ ସମ୍ବାଦ ଡ଼ିଜିଟାଲ ତରଫରୁ ଆୟୋଜିତ ସର୍ବବୃହତ୍ କର୍ପୋରେଟ୍ ବ୍ୟାଡମିଣ୍ଟନ୍ ଚମ୍ପିୟନ୍‌ସିପ୍ ‘ଲେଟସ୍ ସଟ୍ଟଲ୍‌’ ଉଦ୍‌ଯାପନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଆର୍ ଜେ କୋମଲ୍।

kalyan agarbati

Comments are closed.