ମହିଳା ଟି-୨୦ ବିଶ୍ବକପ୍‌: ଭାରତ ଆଗରେ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପାକିସ୍ତାନ

ପାକିସ୍ତାନ ଟିମ୍‌ ଭାରତ ବିପକ୍ଷରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା

କେପ୍‌ଟାଉନ: ଦକ୍ଷିଣ ଆଫ୍ରିକାର କେପଟାଉନରେ ମହିଳା ଟି-୨୦ ବିଶ୍ବକପ। ଭାରତ ଆଗରେ ୧୫୦ ରନର ଟାର୍ଗେଟ ରଖିଲା ପାକିସ୍ତାନ। ପାକିସ୍ତାନ ୨୦ ଓଭରରେ ୧୪୯/୪।

ଦକ୍ଷିଣ ଆଫ୍ରିକାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା ଟି-୨୦ ବିଶ୍ବକପ୍‌ରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇଛି। କେପ୍‌ଟାଉନ୍‌ର ନ୍ୟୁଲାଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ଟିମ୍‌ ଭାରତ ବିପକ୍ଷରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଅଧିନାୟିକା ବିସମା ମାରୁଫଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ଭାରତକୁ ଦେଇଛି। ପାକିସ୍ତାନ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୪୯ ରନ୍‌ ସଂଗ୍ରହ କରିବାରେ ସଫଳ ହୋଇଛି।

prayash

ଅଧିନାୟିକା ବିସମା ମାରୁଫ ପାକିସ୍ତାନ ୫୫ଟି ବଲ୍‌ ଖେଳି ୭ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ଅପରାଜିତ ୬୮ ରନ୍‌ କରିଥିଲେ। ସେହିପରି ଆୟେସା ନସୀମ ଅପରାଜିତ ୪୩ ରନ୍‌, ସିଦ୍ରା ଅମୀନ ୧୧ ରନ୍‌ କରିଥିଲେ। ପାକିସ୍ତାନ ମାତ୍ର ୧୦ ରନ୍‌ରେ ପ୍ରଥମ ୱିକେଟ ହରାଇଥିଲା। ୪୨ ରନ୍‌ରେ ୨ୟ, ୪୩ ରନ୍‌ରେ ତୃତୀୟ ଓ ୬୮ ରନ୍‌ରେ ଚତୁର୍ଥ ୱିକେଟ୍‌ର ପତନ ଘଟିଥିଲା।

ହରମନପ୍ରୀତ କୌରଙ୍କ ନେତୃତ୍ବରେ ଖେଳୁଥିବା ଭାରତ ତରଫରୁ ଦୀପ୍ତି ଶର୍ମା ପ୍ରଥମ ୱିକେଟ୍‌ ନେଇଥିଲେ।‌‌‌ ରାଧା ଯାଦବ ୨ଟି ୱିକେଟ୍‌ ମିଳିଥିବାବେ​‌େ​‌ଳ ପୂଜା ବସ୍ତ୍ରାକରଙ୍କୁ ଗୋଟିଏ ୱିକେଟ୍‌ ନେଇଥିଲେ।

kalyan agarbati

Comments are closed.