www.samajalive.in
Thursday, December 11, 2025
16.1 C
Bhubaneswar

ପ୍ରତିଭା ଦେଖାଇବି, ମୁଁ ବିଜେତା ହେବି

ରେଙ୍ଗାଲିକ୍ୟାମ୍ପ: ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ଶିକ୍ଷାଧିକାରୀ ମଛିନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ବ୍ଲକ ସ୍ତରୀୟ ‘ବିଜେତା’ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ ୨୦୨୨ ମସିହାରେ ପ୍ରଥମ କରି ଜିଲ୍ଲାରେ ବିଜେତା କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ, ଯାହା ସାରା ଓଡ଼ିଶାରେ ଉଚ୍ଚ ପ୍ରଶଂସିତ ହୋଇଛି। ପ୍ରତି ଶୁକ୍ରବାର ଦିନ ୨ଟାରୁ ୪ଟା ଯାଏ ଶୁନ ପିରିୟଡ଼ ଭାବରେ ବିଦ୍ୟାଳୟ ମାନଙ୍କରେ ପିଲାମାନଙ୍କ ପାଇଁ ସହ ଶିକ୍ଷା କାର୍ୟ୍ୟକ୍ରମ କରାଯାଉଛି। ପ୍ରଥମ ପର୍ୟ୍ୟାୟରେ ଜିଲ୍ଲାର ୯୦ଟି ୫-ଟି ରୂପାନ୍ତରଣ ବିଦ୍ୟାଳୟକୁ ଏହି କାର୍ୟ୍ୟକ୍ରମରେ ସାମିଲ କରାଯାଇଛି। ପରବର୍ତ୍ତୀ ପର୍ୟ୍ୟାୟରେ ଜିଲ୍ଲାର ସମସ୍ତ ୫-ଟି ବିଦ୍ୟାଳୟକୁ ଏଥିରେ ସାମିଲ କରିବାର ଯୋଜନା ରହିଛି।

ଏହି ବିଜେତା କାର୍ୟ୍ୟକ୍ରମର ବ୍ଲକ ସ୍ତରୀୟ ପ୍ରତିଯୋଗିତା ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ବକୃତା,ଇଂରାଜୀ ଓ ଓଡ଼ିଆ ପ୍ରବନ୍ଧ ଲିଖନ, ଭିଜୁଆଲ ଏକ୍ସଟେମ୍ପୋରି, କୁଇଜ୍, ହସ୍ତ କଳା ପ୍ରଦର୍ଶନ, ରଙ୍ଗୋଳି, ସଙ୍ଗୀତ, ଏକକ ନୃତ୍ୟ,ଦଳଗତ ନୃତ୍ୟ, ଚିତ୍ରାଙ୍କନ, ବାଦ୍ୟଯନ୍ତ୍ର ସଙ୍ଗୀତ ପ୍ରଦର୍ଶନ, ଏକକ ଅଭିନୟ, ଆଦି ୧୪ ଟି ପ୍ରତିଯୋଗିତାରେ ଅତାବିରାର ଆଠଟି ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ୧୯୨ ଜଣ ଛାତ୍ର ଛାତ୍ରୀ ପ୍ରତିଯୋଗିତା କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ୟ୍ୟକ୍ରମର ଦ୍ଵିତୀୟ ପର୍ୟ୍ୟାୟରେ ମିସ୍ ଓଡ଼ିଶା ପଲ୍ଚିନ ଭୋଇ ଓ ରାଜ୍ୟ ସ୍ତରୀୟ ୧୭ ବର୍ଷ ବାଳକ ବିଭାଗ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମଳୟ ବାରିକଙ୍କୁ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ବିଜେତା ପ୍ରତିଯୋଗିତାର ପ୍ରତି ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୪୨ ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories