www.samajalive.in
Wednesday, December 10, 2025
23.1 C
Bhubaneswar

ମୁଖ୍ୟ ଶାସନ ସଚିବଙ୍କ ବାଲେଶ୍ବର ଜିଲା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ବର:ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବାଲେଶ୍ବର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ କରିଛନ୍ତି । ଆଜି ଅପରାହ୍ନରେ ସିମୁଳିଆ ବ୍ଲକର ମଇତାପୁର ଗ୍ରାମ ପଞ୍ଚାୟତ ଗସ୍ତକରି ସେଠାରେ ମିଶନ ଶକ୍ତି ମା’ ମାନଙ୍କ ଦ୍ବାରା ପରିଚାଳିତ ସୋରିଷ ଚାଷ ବୁଲି ଦେଖିଛନ୍ତି ।

ପ୍ରାୟ ୩୦୦ ଏକରରୁ ଉର୍ଦ୍ଧ୍ବ ଚାଷ ଜମିରେ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ସୋରିଷ ଚାଷ କରାଯାଉଛି। ପରେ ପ୍ରଶାସନ ପକ୍ଷରୁ ଆୟୋଜିତ ମଇତାପୁର ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ସଭାରେ ଯୋଗ ଦେଇଥିଲେ। ମିଶନ ଶକ୍ତି ଦ୍ବାରା ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ଉପାର୍ଜନ କରି ଆର୍ଥିକ ସ୍ବାବଲମ୍ବୀ ହୋଇ ପାରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ମତବ୍ୟକ୍ତ କରିଥିଲେ। ପ୍ରତ୍ୟେକ ପଞ୍ଚାୟତ ଗୋଟିଏ ଉତ୍ପାଦ ପ୍ରସ୍ତୁତ କରିବା ନିମନ୍ତେ ସରକାରଙ୍କ ନିଆଯାଇଥିବା ପଦକ୍ଷେପ ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଏହାଦ୍ବାରା ମହିଳା ମାନେ କ୍ଷୁଦ୍ର ଉଦ୍ବୋଗୀ ହୋଇ ପାରିବା ସହ ସେମାନଙ୍କ ଆୟ ଦୁଇଗୁଣା ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ପ୍ରତ୍ୟେକଟି କ୍ଷେତ୍ରରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ ଉତ୍ପାଦର ବେଶ ଚାହିଦା ରହୁଥିବା ଦୃଷ୍ଟିରୁ ସେମାନଙ୍କ ଦ୍ବାରା ବିଭିନ୍ନ ସ୍ତରରେ ଛୋଟ ଛୋଟ ବଜାର ସୃଷ୍ଟି ହୋଇ ପାରୁଛି।

- Advertisement -

ଏହି ଅବସରରେ ଶ୍ରୀ ମହାପାତ୍ର ମିଶନ ଶକ୍ତି ସଦସ୍ୟା ମାନଙ୍କୁ ଦୁଇଟି ସୋରିଷ ତେଲ ଘଣା କଳ, ୨ଟି ମସଲା ପେଷିବା କଳ, ଗୋଟିଏ ମୁଢି ଭଜା କଳ ଓ ଗୋଟିଏ ଛୋଟ ଧାନ କଳ ପ୍ରଦାନ କରିଥିଲେ। ଆସନ୍ତାକାଲି ମୁଖ୍ୟ ଶାସନ ସଚିବ ବିଭିନ୍ନ ବ୍ଲକ ଗସ୍ତକରି ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କ ସହ କ୍ଷେତ୍ରୀୟ ପରିଦର୍ଶନ କରିବା ସହ ସମୀକ୍ଷା କରିବେ।
ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଜିଲାପାଳ ଦତ୍ତାତ୍ରେୟ ବାହୁସାହେବ ସିନ୍ଧେ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବିନ୍ଦ୍ର କୁମାର ସାହୁ, ବିଡିଓ ପର୍ଶୁରାମ ପଣ୍ତା, ମିଶନଶକ୍ତି ଡିପିସି ବିଶ୍ବଜିତ ପରିଡା, ଓରମାସ ଉପ ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଜିତେନ୍ଦ୍ର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories