www.samajalive.in
Wednesday, December 10, 2025
26.1 C
Bhubaneswar

ରାଷ୍ଟ୍ରୀୟ ଲୋକ ଅଦାଲତରେ ୫୯,୧୯୬ ସଂଖ୍ୟକ ମାମଲାର ଫଇସଲା

ଭୁବନେଶ୍ୱର: ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଏବଂ ଓଡିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କ ପକ୍ଷରୁ ଆଜି ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା ବିଚାର ବିଭାଗୀୟ ଅଦାଲତ ପରିସରରେ ସର୍ବମୋଟ ୮୩ ,୧୭୨ ଟି ଜମିଜମା, ଫୌଜଦାରୀ, ରାଜସ୍ୱ ମାମଲା ଆଗତ କରାଯାଇ ରେକର୍ଡ ସଂଖ୍ୟକ ୫୯,୧୯୬ଟି ମାମଲାର ପଇସଲା କରାଯାଇ ସର୍ବମୋଟ ୬୯,୪୬,୩୭,୫୬୮ ଟଙ୍କା ଜୋରିମାନା ଏବଂ ବନ୍ଦୋବସ୍ତ(ସେଟେଲମେଣ୍ଟ) କରାଯାଇଥିଲା ।

ଏହି ଲୋକ ଅଦାଲତ ଭାରପ୍ରାପ୍ତ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷା, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ,ଭୁବନେଶ୍ୱର ସସ୍ମିତା ପରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇବିଭିନ୍ନ ବିଚାର ବିଭାଗୀୟ ଅଦାଲତମାନେ ବହୁ ସଂଖ୍ୟକ ମାମଲାର ଫଇସଲା କରାଇବାରେ ସଫଳ ହୋଇଥିଲେ । ଶେଷରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସୌଦାମିନି ସିଂ ଏହି ଲୋକ ଅଦାଲତର ସଫଳତା ପାଇଁ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ୱ ଅଧିକାରୀ, ଆଇନଜୀବୀ, ବ୍ୟାଙ୍କ, ଟେଲିକମ୍,ବିଚାର ବିଭାଗୀୟ ଅଦାଲତ କର୍ମଚାରୀ, ପୁଲିସ୍, କୋର୍ଟ ମ୍ୟାନେଜର, ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ପରବର୍ତ୍ତୀ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ମଇ ମାସ ୧୩ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରି ଜନସାଧାରଣ ଏହାର ସୁଫଳ ନେବାକୁ ପରାମର୍ଶ ଦେଇଥିଲେ ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories