www.samajalive.in
Monday, December 8, 2025
24.1 C
Bhubaneswar

ହାତୀ ମୃତ୍ୟୁ ପାଇଁ ସେସୁ ଦାୟୀ, ତଦନ୍ତ ପରେ ନିଆଯିବ ଉପଯୁକ୍ତ ପଦକ୍ଷେପ : ବିଜୟଶ୍ରୀ

ଭୁବନେଶ୍ବର : ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗରେ ବିଦ୍ୟୁତ ଆଘାତରେ ଏକକାଳୀନ ୭ଟି ହାତୀ ମୃତ୍ୟୁ ନେଇ ବିଦ୍ୟୁତ ବିଭାଗ ଦାୟୀ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।  ବିନ ବିଭାଗ ଏଥିପାଇଁ ସେସୁକୁ ଦାୟୀ କରିଛି । ଏ ନେଇ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଏକ ପ୍ରେସ୍‌ ବିବୃତ୍ତି ଜାରି କରିଛନ୍ତି ।

- Advertisement -

ଅନ୍ୟପକ୍ଷରେ ଏହି ଘଟଣା ପାଇଁ ସେସୁକୁ ଦାୟୀ କରିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ତେବେ ଘଟଣାର ବିଭାଗୀୟ ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଶୁକ୍ରବାର ରାତିରେ କମଳାଙ୍ଗ ନିକଟରେ ରେଳ ଲାଇନ୍‌ ପାର ହେଉଥିବା ବେଳେ ୧୩ଟି ହାତୀ ମଧ୍ୟରୁ ୭ଟି ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ତେବେ ସେଠାରେ ଯାଇଥିବା ବିଦ୍ୟୁତ ତାର ମାତ୍ର ୫ ଫୁଟ ଉଚ୍ଚତାରେ ରହିଥିଲା । ନିୟମ ଅନୁଯାୟୀ ବିଦ୍ୟୁତ ତାର ୧୭ ଫୁଟ୍‌ ଉପରେ ରହିବା କଥା । ମାତ୍ର ଦୀର୍ଘ ଦିନ ହେବ ତାର ଗୁଡ଼ିକ ଓହଳି ପଡ଼ିଥିଲା । ସେସୁ ଏଥିପ୍ରତି ଧ୍ୟାନ ଦେଇ ନଥିଲା । ଏହା ସହିତ  ବିଦ୍ୟୁତ ପରିବହନ ଲାଇନ୍‌କୁ କେବୁଲିଂ ମଧ୍ୟ କରାଯାଇ ନ ଥିଲା । ଫଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲି ପିସିସିଏଫ୍‌ ପ୍ରେସ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷରେ ସେସୁକୁ ଚିଠି ଲେଖି ଏ ବିଷୟରେ ଜଣାଇଥିଲେ ବୋଲି ଡିଏଫ୍‌ଓ ସୁଦର୍ଶନ ପାତ୍ର କହିଛନ୍ତି । ତେଣୁ ତଦନ୍ତ କରାଯିବ ଏଥିରେ ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତେବେ ଏହି ଘଟଣାର ତଦନ୍ତ ପାଇଁ ତିନି ଜଣିଆ ଟିମ୍‌ ଗଠନ କରାଯାଇଛି । ସେଥିରେ ଶକ୍ତି ବିଭାଗର ଇନ୍‌ସ୍ପେକଟର୍‌ ଓ ସେସୁର ଚିଫ୍‌ ଇଞ୍ଜିନିୟର ରହିଛନ୍ତି । ୨୦୧୩ରୁ ବିଦ୍ୟୁତ ବିଭାଗକୁ ସମସ୍ତ ହାତୀ ଚଳପ୍ରଚଳ ଅଂଚଳରେ ଯାଇଥିବା ବିଦ୍ୟୁତ ତାରକୁ କେବୁଲିଂ କରିବାକୁ କୁହାଯାଇଥିଲା  କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ବିଦ୍ୟୁତ ବିଭାଗର ଜଣେ ଇନସ୍ପେକ୍ଟରଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍‌ ଗଠନ କରାଯାଇ ତଦନ୍ତ କରାଯାଉଛି ବୋଲି ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories