www.samajalive.in
Wednesday, December 10, 2025
14.1 C
Bhubaneswar

ବିବିସି ପ୍ରସାରଣ ବନ୍ଦ ଆବେଦନ ଖାରଜ

ନୂଆଦିଲ୍ଲୀ: ବ୍ରିଟିଶ୍‌ ବ୍ରଡକାଷ୍ଟି କର୍ପୋରେସନ୍‌ (ବିବିସି)ର ପ୍ରସାରଣ ଭାରତରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ନେଇ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ହିନ୍ଦୁ ସେନା ସଭାପତି ବିଷ୍ଣୁ ଗୁପ୍ତା ଓ ଜଣେ କୃଷକ ବୀରେନ୍ଦ୍ର କୁମାର ସିଂହଙ୍କ ତରଫରୁ ଭାରତରେ ବିବିସି ପ୍ରସାରଣ ବନ୍ଦ ନେଇ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ସଞ୍ଜୀବ ଖାନ୍ନା ଓ ବିଚାରପତି ଏମ.ଏମ ସୁ​‌େ​‌ନ୍ଦ୍ରଶଙ୍କ ପୀଠ ଆବେଦନକୁ ଖାରଜ କରିବା ସହ ଏଭଳି ମାମଲା ଗୁରୁତ୍ବହୀନ ବୋଲି ମତ ଦେଇଥିଲେ।

ସୂଚନାଥାଉ କି କିଛିଦିନ ତଳେ ବିବିସି ତରଫରୁ ‘ଇଣ୍ଡିଆ : ଦି ମୋଦୀ କୋଶ୍ଚିନ’ ନାମରେ ଏକ ବୃତ୍ତଚିତ୍ର ନିର୍ମାଣ କରାଯାଇଥିଲା। ୨୦୦୨ ଗୁଜରାଟ ଦଙ୍ଗା ସମୟରେ ସେଠାକାର ମୁଖ୍ୟମନ୍ତ୍ରୀ ଭାବେ ମୋଦୀଙ୍କ ଭୂମିକା ନେଇ ଏହି ବୃତ୍ତଚିତ୍ର ନିର୍ମାଣ କରାଯାଇଥିଲା। ଏହି ବୃତ୍ତଚିତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭାରତର ଛବି ଖରାପ କରିବାକୁ ପ୍ରୟାସ ହୋଇଥିବା ଏବଂ ଏହାଦ୍ବାରା ବିଭିନ୍ନ ଧର୍ମର ଲୋକଙ୍କ ମଧ୍ୟରେ ଭାଇଚାରା ନଷ୍ଟ ହେବା ଆଶଙ୍କା ରହିଥିବା ଆବେଦନକାରୀଙ୍କ ତରଫରୁ ସୁପ୍ରିମକୋର୍ଟରେ ଦର୍ଶାଯାଇଥିଲା। ଏପରି ବୃତ୍ତଚିତ୍ର ନିର୍ମାଣ କରିଥିବାରୁ ବିବିସି ପ୍ରସାରଣ ଭାରତରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଆବେଦନ ହୋଇଥିଲା।

- Advertisement -

ଅନ୍ୟପକ୍ଷରେ ବିବିସି ଦ୍ବାରା ପ୍ରସ୍ତୁତ ‘ଇଣ୍ଡିଆ : ଦି ମୋଦୀ କୋଶ୍ଚିନ୍‌’ ବୃତ୍ତଚିତ୍ରର ପ୍ରସାରଣକୁ କେନ୍ଦ୍ର ସରକାର ବନ୍ଦ କରି ଦେଇଥିବାରୁ ଏହାକୁ ବିରୋଧ କରି ବରିଷ୍ଠ ସାମ୍ବାଦିକ ଏମ୍‌. ରାମ, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର, ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ଏମ୍‌.ଏଲ୍‌ ଶର୍ମା ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିବାବେଳେ ତାହା ବିଚାରଧୀନ ରହିଛି। ଗତ ୩ରେ ଏହି ମାମଲା ନେଇ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories