www.samajalive.in
Sunday, December 14, 2025
26.1 C
Bhubaneswar

ସୁଶାନ୍ତ ମହାନ୍ତି ସୂଚନା ଆୟୁକ୍ତ

ଭୁବନେଶ୍ୱର, : ବରିଷ୍ଠ ସାମ୍ବାଦିକ ତଥା ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତିଙ୍କୁ ସୂଚନା ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ଗୁରୁବାର ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଅଧିକାର ଆଇନ ୨୦୦୫ ଏବଂ ଏନେଇ ଗଠିତ କମିଟିର ସୁପାରିସକ୍ରମେ ଶ୍ରୀ ମହାନ୍ତିଙ୍କୁ ସୂଚନା ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି।

ସୂଚନାଯୋଗ୍ୟ ଯେ ରାଜ୍ୟରେ ଏବେ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଜଳଦ କୁମାର ତ୍ରିପାଠୀ ରହିଥିବାବେଳେ ସୂଚନା ଆୟୁକ୍ତ ଭାବେ ବାଲକ୍ରିଷ୍ଣ ମହାପାତ୍ର, ବିକ୍ରମ ସେନାପତି, ଦିଲୀପ କୁମାର ବିଶୋଇ, ସଞ୍ଜୟ କେଶରୀ ସ୍ବାଇଁ ପ୍ରମୁଖ ରହିଛନ୍ତି। ଗୋଟିଏ ପଦ ଦୀର୍ଘଦିନ ଧରି ଖାଲି ରହିଥିଲା। ଆଜି ଶ୍ରୀ ମହାନ୍ତିଙ୍କ ନିଯୁକ୍ତି ପରେ ସଂଖ୍ୟା ୬ରେ ପହଞ୍ଚିଛି। ଆଜିର ନିଯୁକ୍ତିକୁ ନେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ମୁଁ ଦୀର୍ଘବର୍ଷ ଧରି ‘ସମାଜ’ରେ ରହି ଲୋକଙ୍କ ସେବା କରି ଆସୁଥିଲି। ରାଜ୍ୟ ସରକାର ଯେଉଁ ଦାୟିତ୍ବ ଦେଇଛନ୍ତି ତାହା ସୂଚାରୁରୂପେ ନିର୍ବାହ କରିବି ଏବଂ ଲୋକଙ୍କୁ ତ୍ବରିତ ସୂଚନା ପ୍ରଦାନ ଦିଗରେ କାର୍ଯ୍ୟ କରିବି।
ଅନ୍ୟପକ୍ଷରେ ଶ୍ରୀ ମହାନ୍ତିଙ୍କ ନୂତନ ନିଯୁକ୍ତି ନେଇ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାର, ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ନିରଞ୍ଜନ ରଥ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ ଯାଦବ, ଲୋକସେବକ ମଣ୍ଡଳର ବରିଷ୍ଠ ସଭ୍ୟ ଦୀପକ ମାଲବ୍ୟ, ସଭ୍ୟ ରାଜେନ୍ଦ୍ର କୁମାର ଜେନା ଓ ‘ସମାଜ’ ସମ୍ପାଦକ କାନନ ବିହାରୀ ଦାଶ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories