www.samajalive.in
Monday, December 8, 2025
20.1 C
Bhubaneswar

ଖାଇଛନ୍ତି କି ପାଳଙ୍ଗଶାଗ ଇଡ୍‌‌ଲି

ଆବଶ୍ୟକ ସାମଗ୍ରୀ
ସୁଜି – ୧କପ
କଟା ପାଳଙ୍ଗଶାଗ – ୨କପ
କୋରା ହୋଇଥିବା ଗାଜର – ୧କପ
ଦହି – ୧କପ
ସୋରିଷ – ୧ ଚାମଚ
ବୁଟଡାଲି – ୧ ଚାମଚ
ବିରିଡାଲି – ୧ ଚାମଚ
କାଜୁ – ୧ ଚାମଚ
କଟା ଅଦା – ୧ ଚାମଚ
କଞ୍ଚାଲଙ୍କା – ୨ ଟି
ଜିରା – ୧ ଚାମଚ
ଦେଶୀ ଘିଅ – ୧ ଚାମଚ
ଲୁଣ – ସ୍ୱାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଳଙ୍ଗଶାଗକୁ ଭଲ ଭାବେ ଧୋଇ କାଟି କରି ରଖନ୍ତୁ। ଏବେ ଗ୍ୟାସରେ ଏକ କଡେଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ସୋରିଷ ପକାଇ ଭାଜନ୍ତୁ। ଭାଜିବା ପରେ ବିରିଡାଲି,ବୁଟଡାଲି,କାଜୁ ପକାଇ ଭାଜି ଦିଅନ୍ତୁ। ଏବେ ଏଥିରେ କୋରା ଯାଇଥିବା ଗାଜର ପକାନ୍ତୁ। ଏବେ ଏଥିରେ ୧କପ ସୁଜି ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ଦହି ପକାଇ କିଛି ସମୟ ରଖି ଦିଅନ୍ତୁ।
ପୁଣି କଡେଇ ଅଳ୍ପ କିଛି ଘିଅ ପକାଇ ଗରମ କରନ୍ତୁ। ଏଥିରେ ଜିରା,ଅଦା,କଞ୍ଚା ଲଙ୍କା, ପକାଇ ଭାଜନ୍ତୁ। ଏବେ ଏଥିରେ ପାଳଙ୍ଗ ପକାଇ ଭାଜି ଦିଅନ୍ତୁ। ଏହି ମିଶ୍ରଣକୁ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ପେଷି ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ପୂର୍ବରୁ ଥିବା ସୁଜି ମିଶ୍ରଣରେ ମିଶାନ୍ତୁ। ଏଥିରେ ଆବଶ୍ୟକତା ଅନୁଯାୟୀ ଲୁଣ ମିଶାନ୍ତୁ। ଏବେ ଛାଞ୍ଚରେ ଅଳ୍ପ ଘିଅ ଲଗାନ୍ତୁ। ଛାଞ୍ଚରେ ପ୍ରସ୍ତୁତ ମିଶ୍ରଣକୁ ରଖନ୍ତୁ। ଗ୍ୟାସ ଲଗାଇ ଇଡ୍‌‌ଲି ଚାଞ୍ଚକୁ ବସାଇ ୧୫ ମିନିଟ ରଖନ୍ତୁ। ଏହାପରେ ଏକ ପାତ୍ରକୁ କାଢି ଚଟଣି ସହ ଖାଆନ୍ତୁ ପାଳଙ୍ଗଶାଗ ଇଡ୍‌‌ଲି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories