www.samajalive.in
Tuesday, December 9, 2025
16.1 C
Bhubaneswar

ପୁଣି ହାତୀ ଶିକାର କରି ଦାନ୍ତ କାଟିନେଲେ

ବାରିପଦା – ଶିମିଳିପାଳରେ ପୁଣି ହାତୀ ଶିକାର କରି ଦାନ୍ତ କାଟି ନେଇଛନ୍ତି ଦୁର୍ବୃତ୍ତ। ପିଠାବଟା ରେଞ୍ଜ ଗୋପିନାଥପୁର ବିଟ୍‌‌ ଅଞ୍ଚଳରେ ଘଟିଛି ଘଟଣା। ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ତଦନ୍ତ ଜାରି ରହିଛି। ତିନି ଚାରି ଦିନ ପୂର୍ବରୁ ହାତୀକୁ ଶିକାର କରି ଦାନ୍ତ କାଟିନେଇଥିବା କହିଛନ୍ତି ଶିମିଳିପାଳ ଉପନିର୍ଦେଶକ। ହାତୀର ବୟସ ୭ ରୁ ୮ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ହାତୀଟିକୁ ହତ୍ୟା କରିବା ପରେ ଶିକାରୀ ଶୁଣ୍ଢ କାଟି ଦାନ୍ତ ଉପାଡ଼ି ନେଇଛନ୍ତି। ଶିମିଳିପାଳରେ ଅରୁଣାଚଳ ପ୍ରଦେଶର ଏକ ରାକେଟ୍‍୍‌‌ ସକ୍ରିୟ ଥିବା ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ପାଇଥିବା ବେଳେ ଶୀଘ୍ର ଏହି ଦଳକୁ ଧରିବାକୁ ସକ୍ଷମ ହେବୁ ବୋଲି ଶିମିଳିପାଳ ଉତ୍ତର ଉପନିର୍ଦେଶକ ସମ୍ରାଟ ଗୌଡ଼ା କହିଛନ୍ତି। ସୂଚନା ଅନୁଯାୟୀ ଉକ୍ତ ଅଞ୍ଚଳରେ ପେଟ୍ରୋଲିଂ ସମୟରେ ବନ କର୍ମଚାରୀ ବୁଧବାର ଅପରାହ୍ନରେ ହାତୀ ମୃତଦେହ ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ରାତି ହୋଇଯାଇଥିବାରୁ ଗୁରୁବାର ପ୍ରତ୍ୟୁଷରେ ପ୍ରାଣୀ ଚିକିତ୍ସକଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ବନ ବିଭାଗ ଦଳ ଯାଇଛନ୍ତି। ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories