www.samajalive.in
Sunday, December 7, 2025
16.1 C
Bhubaneswar

ପାକିସ୍ତାନ ପାଲଟିଛି ଆତଙ୍କବାଦର ସ୍ୱର୍ଗ: ସିରିଆଠାରୁ ୩ଗୁଣା ଅଧିକ ଭୟଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଗୋଟିଏ ପଟେ ଚୀନର ଅର୍ଥନୀତିର ବୋଝ ତଳେ ଦବି ହୋଇଯାଉଥିବାବେଳେ ଅନ୍ୟ ପଟେ ଉକ୍ତ ପଡ଼ୋଶୀ ଦେଶ ଆତଙ୍କବାଦୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ସ୍ୱର୍ଗ ରାଜ୍ୟରେ ପରିଣତ ହେବାରେ ଲାଗିଛି। ପରିଣାମ ଏପରି ଯେ, ସିରିଆଠାରୁ ମଧ୍ୟ ପାକିସ୍ତାନ ଅଧିକ ଭୟଙ୍କର ପାଲଟି ଯାଇଛି। ଏଭଳି ରିପୋର୍ଟ ପ୍ରଦାନ କରିଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଷ୍ଟାଟେଜିକ ଫରସାଇଡ ଗ୍ରୁପ୍‍(ଏସଏଫଜି)ର ମିଳିତ ପ୍ରୟାସରେ ହ୍ୟୁମାନିଟି ଆଟ ରିସ୍କ-ଗ୍ଲୋବାଳ ଟେଟର ଥ୍ରେଟ୍‍ ଇଣ୍ଡିକେସନ(ଜିଟିଟିଆଇ) ନାମକ ରିପୋର୍ଟରେ ଏଭଳି ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଅନ୍ତର୍ଜତୀୟ ସମୁଦାୟଙ୍କୁ ଅଫଗାନୀ ତାଳିବାନ, ଲସ୍କର-ଏ-ତୋଇବା ପରି ସଂଗଠନ ହେତୁ ସବୁଠାରୁ ବେଶୀ ଆଶଙ୍କା ରହିଛି। ଅପରପକ୍ଷରେ ପାକିସ୍ତାନ ସେହିସବୁ ଦେଶର ତାଲିକାରେ ସବୁଠାରୁ ଉପରେ ରହିଛି ଯେଉଁ ଦେଶଗୁଡ଼ିକର ଆତଙ୍କବାଦୀ ପରବର୍ତ୍ତୀ ସମୟରେ ପାକିସ୍ତାନରେ ସୁରକ୍ଷିତ ଆତ୍ମଗୋପନ କରିଛନ୍ତି। ଏହା ଛଡ଼ା ରିପୋର୍ଟରେ ବିଶ୍ୱର ସବୁଠାରୁ ନିଷ୍ଠୁର ଆତଙ୍କବାଦୀଙ୍କ ତାଲିକାକୁ ତର୍ଜମା କଲେ ସେମାନଙ୍କ ଗଡ଼ ପାକିସ୍ତାନରେ ରହିଛି ନଚେତ ପାକିସ୍ତାନ ସେମାନଙ୍କୁ ସହଯୋଗ କରୁଥିବା ଉଲ୍ଲେଖ କରାଯାଇଛି। ଆଫଗାନିସ୍ଥାନର ସମସ୍ତ ଆତଙ୍କବାଦୀ ସଂଗଠନ ପାକିସ୍ତାନ ସହଯୋଗରେ ସଞ୍ଚାଳିତ ହେଉଛି। ଗୋଟିଏ ପଟେ ଚରମପନ୍ଥୀଙ୍କ ସଂଖ୍ୟା ବୃଦ୍ଧି ଓ ମାରଣାସ୍ତ୍ରର ବହୂଳ ବ୍ୟବହାର ମାନବ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଏହା ଦ୍ୱାରା ସମସ୍ତ ଆତଙ୍କବାଦୀ ସଂଗଠନ ପରସ୍ପର ସହ ଯୋଡ଼ି ହୋଇ ରହିଛନ୍ତି। ୮୦ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ଆଗାମୀ ୧୦ବର୍ଷର ସମ୍ଭାବନା ଉପରେ ତର୍ଜମା କରାଯାଇଛି। ଏହା ସହ ରିପୋର୍ଟରେ ଆତଙ୍କବାଦର ମୁକାବିଲା କରିବା କ୍ଷେତ୍ରରେ ନୀତି ନିର୍ଦ୍ଧାରଣ ପ୍ରସ୍ତୁତ କରିବା ଦିଗରେ ମଧ୍ୟ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି।
ବିଗତ ୫ବର୍ଷରେ ମିଡିଆରେ ଆଇଏସଆଇ ସର୍ବାଧିକ ସ୍ଥାନ ଗ୍ରହଣ କରିଛି। ଏହି ସଂଗଠନ ଯେତେ ଶୀଘ୍ର ଉପରକୁ ଉଠିଛି ସେହି ତୁଳନାରେ ତଳକୁ ମଧ୍ୟ ଯାଇଛି। ତେବେ ଏହି ସମୟସୀମା ମଧ୍ୟରେ ଅଲକାଏଦା ସଂଗଠନ ସବୁଠାରୁ ନିଷ୍ଠୁର ଆତଙ୍କବାଦୀ ସଂଗଠନର ତାଲିକାରେ ପ୍ରଥମ ସ୍ଥାନ ବଳବତ୍ତର ରଖିଛି। ୨୦୧୧ ପର୍ଯ୍ୟନ୍ତ ଏହି ସଂଗଠନର ମୁଖିଆ ଓସାମା ବିନ୍‍ ଲାଦେନଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଏବେ ଓସାମାଙ୍କ ପୁଅ ହମଜା ବିନ୍‍ ଓସାମା ସଂଗଠନର ନେତୃତ୍ୱ ନେଉଛନ୍ତି। ଏହି ସଂଗଠନର ଜନ୍ମ ପାକିସ୍ତାନରେ ହେବା ସହ ପରବର୍ତ୍ତୀ ସମୟରେ ପାକିସ୍ତାନ ନିୟନ୍ତ୍ରଣରେ ଥିବା ଆଫଗାନିସ୍ଥାନରେ ନିଜ ସ୍ଥିତି ସୁଦୃଢ କରିଛି। ଏଭଳି ସଂଗଠନକୁ ପାକିସ୍ତାନ ସହଯୋଗ କରିବା ସହ ନିଜ ସେନା କ୍ୟାମ୍ପ ପାଶ୍ୱର୍ରେ ସଂଗଠନର କ୍ୟାମ୍ପ କରି ଆତଙ୍କବାଦୀଙ୍କୁ ତାଳିମ ଦେବାର କାର୍ଯ୍ୟ ଜାରି ରଖିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories