www.samajalive.in
Saturday, December 13, 2025
18.1 C
Bhubaneswar

ଓଡିଶା ଆଦର୍ଶ ବିଦ୍ୟାଳୟ ରେ  ଷଷ୍ଠ ବାର୍ଷିକ  ଉତ୍ସବ ପାଳିତ 

କଲ୍ୟାଣସିଂହପୁର -ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ  ସଦରରେ ଥିବା   ଓଡିଶା  ଆଦର୍ଶ ବିଦ୍ୟାଳୟ ରେ ୨୦୨୨-୨୩ ବାର୍ଷିକ ଉତ୍ସବ  ଆଡମ୍ବରରେ ପାଳିତ ହୋଇଛି ।ଏଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଧକ୍ଷ  ସଙ୍ଗୀତ ପାଲକା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ସ୍ୱଧା ଦେବ ସିଂ  ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।
ମୁଖ୍ୟବକ୍ତା ଭାବେ କୋଲନରା ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ମୁରାରୀ ପ୍ରସାଦ ସାହୁ  ରହିଥିବା ବେଳେ  ତହସିଲଦାର ସୁଧାକର ରଇତ ଓ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ସଂମ୍ମାନୀୟ ଅତିଥି ଭାବେ ମଞ୍ଚାସୀନ ରହିଥିଲେ।ଖେଳର ଉପକାରୀତା ,ଶିକ୍ଷା ସହ ଶାରୀରିକ ଶିକ୍ଷାର ଆବଶ୍ୟକତା ବିଷୟରେ ଅତିଥିମାନେ ମତ ଦେଇଥିଲେ । ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ଖାଦ୍ୟପେୟ ର  ମେଳା ପଦର୍ଶନୀ କରିଥିଲେ । ଏହି ମେଳାକୁ ଅତିଥିମାନେ ପରିଦର୍ଶନ କରି ଏହାର ଉପକାରୀତା ବିଷୟରେ ପଚାରି ବୁଝିଥିଲେ  ।ଦୁଇଦିନ ଧରି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରିଥିଲେ  ।ଏଥିରେ ୧୨୪ ଜଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ  ଅତିଥୀଙ୍କ ଦ୍ୱାରା  ପୁରସ୍କାର ପ୍ରଦାନକରାଯାଇଛି ।
ଏହାକୁ ଅଧ୍ୟାପକ ଆଲୋକ ପଟ୍ଟନାୟକ ଓ ଅଜିତ ମୁନି ମଞ୍ଚ ପରିଚାଳନା କରିଥିବା ବେଳେ ବାର୍ଷିକ ବିବରଣୀ ପଠନ    ଅଧ୍ୟକ୍ଷ  ସଙ୍ଗୀତ ପାଲକା    ଓ ଅଧ୍ୟାପିକା ଅପର୍ଣ୍ଣା ଦେ ଧନ୍ୟବାଦ  ଦେଇଥିଲେ । ବିଦ୍ୟାଳୟ ର ଅଧ୍ୟାପକ , ଅଧ୍ୟାପିକା   ଓ  ସମସ୍ତ କର୍ମଚାରୀ ପ୍ରମୁଖ  ଉପସ୍ଥିତ ରହି ସମ୍ପୂର୍ଣ୍ଣ  ସହଯୋଗ କରିଥିଲେ ।  ଛାତ୍ର ଛାତ୍ରୀ ଙ୍କୁ ନେଇ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟ କ୍ରମ କରାଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories