ଶରୀର ପାଇଁ ଉପକାରୀ ସୋରିଷ ତେଲ
ସୋରିଷ ତେଲକୁ ପୌଷ୍ଟିକଯୁକ୍ତ ତେଲ କୁହାଯାଏ। ଏହାର ବ୍ୟବହାର ଖାଦ୍ୟ ପାଇଁ କରାଯାଇଥାଏ। ଏହା ଶୀତଦିନେ ବ୍ୟବହାର କରିବା ଅତ୍ୟନ୍ତ ଲାଭଯୁକ୍ତ ଅଟେ। ଶରୀରରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ମାଂସପେଶୀୟ ଶକ୍ତ ହୋଇଥାଏ। ଏହାସହ ରକ୍ତ ସଞ୍ଚାଳନ ମଧ୍ୟ ଠିକ ଭାବେ ହୋଇଥାଏ।
ଆସନ୍ତୁ ଜାଣିବା ସୋରିଷ ତେଲ ବ୍ୟବହାରର ଲାଭ ବିଷୟରେ ..
ପ୍ରତ୍ୟେକ ଦିନ ସୋରିଷ ତେଲରେ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ। ଏହାଦ୍ୱାରା ହୃଦରୋଗ ଅନେକ ମାତ୍ରାରେ କମ୍ ହୋଇଥାଏ।
ସୋରିଷ ତେଲରେ ଭିଟାମିନ-ଇ ରହିଛି। ଏହା ମୁହଁ ପାଇଁ ଲାଭଦାୟକ ଅଟେ।
ସୋରିଷ ତେଲ ଶୁଙ୍ଘିବାର ମଧ୍ୟ ଅନେକ ଫାଇଦା ରହିଛି।
ଏହାଦ୍ୱାରା ଶ୍ୱାସନଳୀ ଠିକ ରହିଥାଏ।
ଏହାକୁ ଛାତିରେ ମାଲିସ କରିବା ଦ୍ୱାରା କାଶ, ସର୍ଦ୍ଦିରୁ ଉପଶମ ମିଳିଥାଏ।
ସୋରିଷ ତେଲ ଶୁଙ୍ଘିବା ଦ୍ୱାରା ନାକ, କାନ, ଚକ୍ଷୁ ଭଲ ରହିଥାଏ।