କୃଷକ ଏକତା ମଞ୍ଚ ତରଫରୁ କୃଷକ ସମାବେଶ, କୃଷକଙ୍କ ସମସ୍ୟାର ସମାଧାନ ନେଇ ଦାବିପତ୍ର ପ୍ରଦାନ

କଲମପୁର: ସୋମବାର କଲମପୁର ବ୍ଲକ କୃଷକ ଏକତା ମଂଚ ତରଫରୁ ମିନିଷ୍ଟାଡିୟମ ଠାରେ ଏକ ବିରାଟ କୃଷକ ସମାବେଶ ଆୟୋଜିତ ହେଇଯାଇଛି। କୃଷକ ଏକତା ମଞ୍ଚର ସଭାପତି ବିଜୟ ଦେବ ସାହୁ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ସମିତି ଅଧ୍ୟକ୍ଷା ମୋତି ବିହାରୀ, କୃଷକ ନେତା ତଥା ପୂର୍ବତନ ସମିତି ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା, ବିପିନ ବିହାରୀ ପ୍ରଧାନୀ, ଯୁବ ନେତା ପ୍ରଦୀପ କୁମାର ବେହେରା, ପୂର୍ବତନ ସରପଞ୍ଚ ଚତୁର୍ଭୁଜ ପଣ୍ଡା, ସାଂସଦ ପ୍ରତିନିଧି ହୃଷିକେଶ ବେହେରା, ଅରୁଣ କୁମାର ପଣ୍ଡା, ମଣ୍ଡଳ କୃଷି ସମବାୟ ସମିତିର ସଭାପତି ମହେନ୍ଦ୍ର ନାଥ ଯୋଷୀ, ସୁବୋଧ ଖମାରୀ, ସୁମନ୍ତ କୁମାର ପଣ୍ଡା ପ୍ରମୁଖ ମଞ୍ଚସୀନ ହେଇଥିଲେ। ଏଥିରେ ନିତି ପ୍ରତିଦିନ ·ଷୀ ମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋକପାତ କରିବା ସହ ତାର ସ୍ଥାୟୀ ସମାଧାନ ପାଇଁ କୃଷକ ମଧ୍ୟରେ ସଂଗଠିତ ହେବା ପାଇଁ ବୁଝାଇଥିଲେ।

prayash

ଏହି ସମାବେଶ ଅବସରରେ ସମସ୍ତ ଚାଷୀ ଏକ ଶୋଭାଯାତ୍ରାରେ ବାହିରି କଲମପୁର ସହର ପରିକ୍ରମା କରି ତହସିକାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ତହସିଲ କାର୍ଯ୍ୟାଳୟ ଠାରେ କୃଷକ ମାନେ ପହଞ୍ଚିବା ପରେ କୃଷକ ଙ୍କ ସମସ୍ୟାର ସମାଧାନ ଦାବି ନେଇ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦ୍ୟେରେ ସ୍ଥାନୀୟ ତହସିଲଦାର ରୁଦ୍ର ମୋହନ ନାୟକଙ୍କ ମାଧ୍ୟମରେ ଧାନ କ୍ରୟ ସମୟରେ ଏଫ.ଏ.କ୍ୟୁ ନାମରେ ୫ରୁ ୮କେଜି ଧନ କଟନିକୁ ବନ୍ଦ କରିବା ସହ ଧାନ କ୍ରୟ ସମୟରେ ରାଜ୍ୟ ବଦଳରେ ଜିଲ୍ଲାସ୍ତରରେ ଟୋକନ ଓ ଟାର୍ଗେଟ ବୃଦ୍ଧି ଆଦି ସମସ୍ତ ସମସ୍ୟାର ସମାଧାନ, ଚଳିତ ବର୍ଷ ଅଧିକ ଧାନ ଅମଳ ହେବାର ସମ୍ଭାବନା ରହିଛି, ତେଣୁ ଏକର ପ୍ରତି ୧୯କ୍ୱିଣ୍ଟାଲ ବଦଳରେ ୨୨ କ୍ୱିଣ୍ଟାଲ ଧାର୍ଯ୍ୟ କରାଯିବା ପାଇଁ ଦାବି କରାଯାଇଛି।

ବିଭିନ୍ନ ରାସାୟନିକ ସାର ଓ କୀଟନାଶକ ସାରର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁଁ କୃଷକ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ତେଣୁ ତାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇ ଧାନ ମଣ୍ଡି ସମୟରେ ଟୋକନ ପାଇଥିବା ଚାଷୀଙ୍କୁ ଆଗୁଆ ଗନି ବ୍ୟାଗ ପ୍ରଦାନର ବ୍ୟବସ୍ତା କରାଯିବା ପାଇଁ କୃଷକ କେତା ମଞ୍ଚ ଦାବି କରିଛି। ଏହାସହ ମଣ୍ଡିର ଭିତିଭୂମି ସହ ମଣ୍ଡିରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି ଆଦି ୧୨ ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରାଯାଇଛି। ଶ୍ରୀ ନାୟକ କୃଶକ ନେତାଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ଏହି ସମାବେଶକୁ କଲମପୁର କୃଷି ସମବାୟ ସମିତିର ସଭାପତି ଶଙ୍କର୍ଷଣ ବେହେରା ପରିଚାଳନା କରିଥିବା ବେଳେ ଶୁଭେନ୍ଦୁ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.