ବର୍ଷା ଯୋଗୁ ଅମିମାଂସିତ ରହିଲା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ, ୧-୦ରେ ସିରିଜ ଜିତିଲା ଭାରତ
ନାପିଏର: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଛି। ୧୬୧ ଟାର୍ଗେଟ ନେଇଥିବା ଭାରତର ସ୍କୋର ୭୫/୪ ଥିବାବେଳେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଖେଳ ଅଧାରୁ ବନ୍ଦ କରାଯାଇ ମ୍ୟାଚକୁ ଅମିମାଂସିତ ରଖିବାକୁ ଘୋଷଣା କରାଯାଥିଲା। ଏହି ମ୍ୟାଚ ଅମିଂମାସିତ ଭାବେ ଶେଷ ହୋଇଥିବାରୁ ଭାରତ ୧-୦ରେ ସିରିଜ ବିଜୟୀ ହୋଇଛି।
ନ୍ୟୁଜିଲାଣ୍ଡର ନାପିଏରଠାରେ ଚାଲିଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୩ୟ ଟି-୨୦ ବର୍ଷା କାରଣରୁ ଅମିମାଂସିତଭାବେ ଶେଷ ହୋଇଛି। ଏହା ଫଳରେ ଭାରତ ସିରିଜକୁ ୧-୦ରେ ଜିତି ନେଇଛି।
ଆଜି ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ୧୬୦ ରନ ସଂଗ୍ରହ କରିବା ସହ ଅଲଆଉଟ୍ ହୋଇଯାଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଡେୱନ କନୱେ ୫୯ ରନ ଓ ଗ୍ଲେନ ଫିଲିପ୍ସ ୫୪ ରନ କରିଥିଲେ। ଭାରତ ପକ୍ଷରୁ ଅର୍ସଦୀପ ସିଂ ଓ ମହମ୍ମଦ ସିରାଜ ୪ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।
୧୬୧ ରନ ଟାର୍ଗେଟର ପିଛା କରି ଭାରତ ୯ ଓଭର ଖେଳି ୪ ୱିକେଟରେ ୭୫ ରନ କରିଥିବାବେଳେ ବର୍ଷା ହୋଇଥିଲା। ଏହା ପରେ ମ୍ୟାଚକୁ ଅମିମାଂସିତ ଘୋଷଣା କରାଯାଇଥିଲା। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୩୦ ରନ କରିଥିଲେ ।
ନ୍ୟୁଜିଲାଣ୍ଡ-ଭାରତ ସିରିଜର ପ୍ରଥମ ଟି-୨୦ ମଧ୍ୟ ବର୍ଷା କାରଣରୁ ବାତିଲ ହୋଇଥିଲା। ୨ୟ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡକୁ ୬୫ ରନରେ ପରାସ୍ତ କରିଥିଲା । ଏହିପରିଭାବେ ଭାରତ ସିରିଜକୁ ୧-୦ରେ ଜିତିନେଇଛି।
Comments are closed.