www.samajalive.in
Sunday, December 14, 2025
26.1 C
Bhubaneswar

ଜିରା ଫୁଟା ପାଣିର କରାମତି

ଶୀତଦିନେ ତ୍ବଚା ଶୁଷ୍କ ହେବା ମୁଖ୍ୟ ସମସ୍ୟା। କେତେଜଣ ବିଭିନ୍ନ ପ୍ରକାରର କ୍ରିମ୍,ପ୍ୟାକ୍ ଲଗାଇ ଯତ୍ନ ନେଲେ ମଧ୍ୟ ଲାଭ ମିଳେନି। ତେବେ ଏଇ ଘରୋଇ ଉପଚାର କରିପାରିବେ। ସମସ୍ତଙ୍କ ରୋଷେଇ ଘରେ ଜିରା ନିଶ୍ଚୟ ମହଜୁଦ୍ ଥିବ। ଜିରା ୨ଛୋଟ ଚାମଚକୁ ୨ କପ୍ ପାଣିରେ ୧୫ ମିନିଟ୍ ଫୁଟାଇ ରଖନ୍ତୁ। ପାଣି ଥଣ୍ଡା ହେବା ପରେ କାଚବୋତଲରେ ଭର୍ତ୍ତି କରି ଫ୍ରିଜ୍‌ରେ ରଖିଦେବେ। ଚାରିଦିନ ପର୍ଯ୍ୟନ୍ତ ଏହି ପାଣିକୁ ବ୍ୟବହାର କରିହେବ। ପ୍ରତିଦିନ ମୁୁହଁ ଧୋଇବା ସମୟରେ ଏହି ଫୁଟା ପାଣିରେ ଅଳ୍ପ ପରିମାଣ କଳ ପାଣି ମିଶାଇ ମୁହଁ ଧୁଅନ୍ତୁ। ତ୍ବଚା ଶୁଷ୍କ ସମସ୍ୟା ଦୂରେଇବା ସହ ବ୍ରଣ ଦାଗ ମଧ୍ୟ ଚାଲିଯିବ।
ବୟସର ଛାପକୁ ମଧ୍ୟ ଜିରା ପାଣି କମ୍ କରେ। କୌଣସି ଘରୋଇ ପ୍ୟାକ୍ ଲଗାଇବା ସମୟରେ ଏହି ପାଣିକୁ ସେଥିରେ ମିଶାଇ ପାରନ୍ତି। ଜିରା ପାଣିର ପ୍ରୟୋଗରେ ତ୍ବଚାରେ ଏକ ଚମକ ମଧ୍ୟ ଆସେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories