www.samajalive.in
Sunday, December 14, 2025
26.1 C
Bhubaneswar

ମ.ରାମପୁର ଇଲାକାରେ ମାତିଛନ୍ତି ଆନ୍ଧ୍ର ଜମି ମାଫିଆ

ମ.ରାମପୁର: କଳାହାଣ୍ଡି ଜିଲ୍ଲାର ଅନ୍ୟ ଅଞ୍ଚଳ ଭଳି ମ.ରାମପୁର ବ୍ଲକ ଅଞ୍ଚଳରେ ମାତିଛନ୍ତି ଆନ୍ଧ୍ର ଜମି ମାଫିଆ । ଲୋକ ଲଗାଇ ଦଲାଲ ସଜାଇ କିଣୁଛନ୍ତି ଏକର ଏକର ଜମି । ପରେ ସେହି ଜମି ଗୁଡ଼ିକୁ ମରାମତି ସହିତ ଜଙ୍ଗଲ ଇଲାକାରୁ କିଣୁଥିବା ପତ୍ରା କିସମରେ ରହିଥିବା ଗଛ ଗୁଡ଼ିକୁ ବେଆଇନ ଭାବରେ ତଥା ବିନା ଅନୁମତିରେ କାଟି ପକାଉଛନ୍ତି । ଗଛର ଅବଶିଷ୍ଟାଂଶକୁ ପୋଡ଼ି ଦେଉଛନ୍ତି । ଏବେ ମ.ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଆନ୍ଧ୍ରର ଲୋକମାନେ ଅନେକ ଜମି କିଣୁଥିବାବେଳେ ଧୀରେ ଧୀରେ ସେମାନେ ନିକଟରେ ଥିବା କିଛି ସରକାରୀ ଜାଗାକୁ ମଧ୍ୟ ଜବରଦଖଲ କରିବାକୁ ପଛାଉନାହାନ୍ତି ।  ତେବେ ମ.ରାମପୁର ବ୍ଲକ ନିକଟରେ ଥିବା ରାଜସ୍ବ ଗାଁ କୁସୁମଖାଲ, (ବେଲଗାଁ ଫରେଷ୍ଟ ଅଧୀନସ୍ଥ) ନିକଟରେ କିଛି ଆନ୍ଧ୍ର ବ୍ୟକ୍ତି ଜାଗା କିଣିଥିବାବେଳେ ଏହି ଇଲାକାରେ ଥିବା ଶହ ଶହ ଗଛକୁ କାଟି ପକାଇବା ସହିତ ଗଛର ଅବଶିଷ୍ଟାଂଶକୁ ପୋଡ଼ି ଦେବାର ଦେଖିବାକୁ ମିଳିଛି ।

ଯଦିଓ କୁସୁମଖାଲ ଏକ ରାଜସ୍ୱ ଗାଁ ତଥାପି ଏଠାରେ ବେଶୀ ସଂଖ୍ୟକ ପରିବାର ରହୁନଥିବା ଏବଂ ଏହି ଗାଁଟି ଚିରସ୍ରୋତା ଉତେଇ ନଈ ଆରପଟେ ଥିବା କାରଣରୁ ଏବଂ ଏହି ଗାଁକୁ ରାସ୍ତା କି ନଈରେ ପୋଲ ନଥିବାରୁ ବୁରାଟ ଦେଇ ବନ ବିଭାଗର ରାସ୍ତାଦେଇ ଯିବାକୁ ପଡ଼େ । ଏଠାରେ ଆନ୍ଧ୍ରର କିଛି ବ୍ୟକ୍ତି ଜମି କିଣି ଗଛ ନଷ୍ଟ କରୁଥିବା ଜଣାପଡ଼ିବା ପରେ ସେଠାକୁ ଯାଇ ଅନୁସନ୍ଧାନ କରିବାରୁ ସେଠାରେ ଥିବା ବାଲ ରାଜୁ ନାମକ ଜଣେ ବ୍ୟକ୍ତି ଆମେ ୭୮ ଏକର ଜମି କିଣିଛୁ ଏବଂ ଆମେ ନିୟମ ଅନୁସାରେ ସବୁ କାମ କରୁଛୁ ବୋଲି କହିଥିଲେ । ତେବେ ସେ କହୁଥିବା ୭୮ ଏକର ଜମିରେ ଶହ ଶହ ସଂଖ୍ୟକ ଗଛକୁ ବନ ବିଭାଗର ବିନା ଅନୁମତିରେ କେମିତି କାଟିଲେ ଏବଂ ଗଛ ଗୁଡ଼ିକୁ ପୋଡ଼ିବା ଜାରି ରଖିଛନ୍ତି,ତାହା ସମସ୍ତ ମଧ୍ୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବନ ବିଭାଗ କର୍ମଚାରୀଙ୍କ ଜାଣତରେ ଏଭଳି କାର୍ଯ୍ୟ ହେଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।

- Advertisement -

ବନ ବିଭାଗ ଓ ଆନ୍ଧ୍ର ଜମି ମାଫିଆଙ୍କ ସଲାସୁତୁରାରେ ଚାଲିଛି ବେଆଇନ ଗଛ କଟା। ହେଲେ ବନ ବିଭାଗ କାହିଁକି ଚୁପ୍ ରହିଛି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏ ନେଇ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସେହି ଅଞ୍ଚଳକୁ ଯାଇ ବନ ବିଭାଗ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ବିରାଟ ଏକ ଇଲାକାରେ ଏହି କାମ ଚାଲୁଥିବାବେଳେ ସେହି ଜମିର ପରିମାଣ ୭୮ ଏକର କି ତାହାଠାରୁ ଅଧିକ ତାହା ତଦନ୍ତସାପେକ୍ଷ । ଯେଉଁ ଇଲାକାରେ ଆନ୍ଧ୍ର ମାଫିଆମାନେ ଏହି କାମ କରୁଛନ୍ତି,ସେହି ଇଲାକାଟି ହାତୀଙ୍କର ଯିବା ଆସିବା କରିବା ସ୍ଥାନ ଏବଂ ଅନ୍ୟ ବନ୍ୟଜନ୍ତୁ ଙ୍କ ପାଇଁ ମଧ୍ୟ ଏହି ନିକଟ ଜଙ୍ଗଲଟି ଆଶ୍ରୟ ସ୍ଥଳ । ଏହି ଜମିକୁ ଲାଗି ଖୁବ୍ ନିକଟରେ ଚିରସ୍ରୋତା ଉତେଇ ନଦୀ ପ୍ରବାହିତ ହେଉଥିବାରୁ ବନ୍ୟ ପ୍ରାଣୀମାନେ ପାଣି ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ବନ ଭିତରେ ନିଜେ କିଣିଥିବା ଜାଗାକୁ ଲାଗି ରହିଥିବା ରିଜର୍ଭ ଫରେଷ୍ଟ ଇଲାକାକୁ ମାଡ଼ିବସିଥିବା ଅନୁମାନ କରାଯାଉଛି ।

ତେବେ ରାଜସ୍ୱ ବିଭାଗ କାର୍ଯ୍ୟାଳୟରୁ ଏ ସଂକ୍ରାନ୍ତରେ ପଚାରିବାରୁ, ସେହି ସବୁ ଜମି ଏକାଧିକ ମାଲିକଙ୍କ ନାମରେ ରେଜେଷ୍ଟ୍ରି ହୋଇଥିବା କହିବା ପରେ ଜଣାପଡ଼ିଥିଲା ଯେ, ରାଜୁ ବଲୁରୀ ଭିରା ଭେଙ୍କେଟ୍ ବାଲା ଖାତା ନମ୍ବର ୧୧୧/୩୭, ଅନୀଲ ମତିଆଲା ଖାତା ନଂ ୧୧୧/୨୯ ଅନୁରାଧା ଅବୁସୁମିଲ, ଖାତା ନଂ୧୧୧/୨୪, କାନ୍ଦେରେ ବୁଲା ରାଧାକୃଷ୍ଣ ,ଖାତା ନଂ୧୧୧/୧୫, ସୁନାମଣି ସୁରେଶ, ଖାତା ନଂ୧୧୧/୩୫, ଚୌଧୁରୀ ଆବୁରସମିଲି ତରକାରାମା, ଖାତା ନଂ୧୧୧/୨୫, ଡକ୍ଟର କାରୁପ୍ରାର୍ଥୀ ବିଶେଶ୍ୱର ରାଓ ଖାତା ନଂ୧୧୧/୧୭ ଶ୍ରୀଦେବୀ,ଖାତା ନଂ ୧୧୧/୧୪ ନରସି ମୁର୍ଥୀ ଗୁନ୍ନାମଣି ୧୧୧/୩୮ଙ୍କ ନାମରେ ଏହି ସବୁ ଜମି ରେଜେଷ୍ଟି ହେଇଛି ।

ତେବେ ଯଦିବି ସେମାନେ ଏହି ସବୁ ଜମିର ଉପଯୁକ୍ତ ମାଲିକ, କିନ୍ତୁ ବନ ବିଭାଗର ବିନା ଅନୁମତିରେ କିଭଳି ଏତେ ସଂଖ୍ୟକ ଗଛ ଓ ଅପେକ୍ଷାକୃତ ବଡ଼ଗଛ କାଟିଲେ ସେନେଇ ନର୍ଲା ରେଂଜ ଅଧିକାରୀ ପ୍ରଶାନ୍ତ କୁମାର ପାଲଙ୍କୁ ପଚାରିବାରୁ ସେ କହିଥିଲେ, ମୋ ପାଖରେ ଏହି ଖବର ନଥିବା ଓ ଦୁଇ ଚାରିମାସ ଆଗରୁ ଥରେ ଖବର ଆସିବା ପରେ ଆମେ ଦେଖିଥିଲୁ,ସେମାନେ ଆମ ରିଜର୍ଭ ଇଲାକାରେ କିଛି କରୁନଥିଲେ ଏବଂ  ଏବେ ଏହି ଖବର ପାଇ ଆଜି ଷ୍ଟାଫ୍ ପଠେଇଛି, କଣ ହୋଇଛି, ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ନେବି । ଗଛ କାଟିବା ନେଇ ସେମାନଙ୍କୁ କୌଣସି ପ୍ରକାର ଅନୁମତି ଦିଆଯାଇନଥିବା ପ୍ରକାଶ କରିଛନ୍ତି । କୁସୁମ ଖାଲ ରାଜସ୍ୱ ଗାଁ ନିକଟରେ ଆନ୍ଧ୍ର ଜମି ମାଫିଆଙ୍କ ଏଭଳି ଦୌରାତ୍ମ୍ୟ ଏକ ଉଦାହରଣ ମାତ୍ର,ଏହି ବ୍ଲକର ବିଭିନ୍ନ ଇଲାକାରେ ଏମାନେ ଏକର ଏକର ଜମି କିଣି ଚାଷ ଜମି କରିବା ସହିତ ବେଆଇନ ଗଛ କାଟିବା ଦେଖାଯାଉଛି । ତେଣୁ ସଂପୃକ୍ତ ସମସ୍ତ ବିଭାଗ ଏହି ଦୌରାତ୍ମକୁ ରୋକିବାକୁ ପ୍ରୟାସ କରିବା ଉଚିତ ବୋଲି ବୁଦ୍ଧିଜୀବି ମାନଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି ।

 

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories