ଶିଶୁ ମହୋତ୍ସଵ ‘ସର୍ଗିଫୁଲ’ରେ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭା ବିକାଶ ଉପରେ ଗୁରୁତ୍ୱ
ନବରଙ୍ଗପୁର,: ଜିଲା ଅନୁସୂଚିତଜଟି ତ ଜନଜାତି ବିଭାଗ ସନୁକୂଲ୍ୟରେ ଜିଲା ମଙ୍ଗଳ ବିଭାଗ ଦ୍ୱାରା ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲା ସ୍ତରୀୟ ଶିଶୁ ମହୋତ୍ସଵ ‘ସର୍ଗିଫୁଲ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ କମଳ ଲୋଚନ ମିଶ୍ର ଯୋଗଦେଇ ସର୍ଗିଫୁଲ-୨୦୨୨ ଉଦଘାଟିତ କରିଥିଲେ। ଜିଲାର ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଏହି ଉତ୍ସବ ବିଶେଷ ସହାୟକ ହୋଇପାରିବ ବୋଲି ସେ କହିଥିଲେ। ପାଠପଢା ସହ ଅନ୍ୟାନ୍ୟ ସୃଜନଶୀଳତାର ବିକାଶର ଜରୁରୀ ରହିଥିବା କହିଥିଲେ। ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ରଶେଖର ହୋତା, ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ବେଣୁଧର ଶବର, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ, ଜିଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ପ୍ରମୁଖ ମଞ୍ଚାସିନ ଥିଲେ। ଜିଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ ଏହି ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହ ଛାତ୍ରଛାତ୍ରୀ ଙ୍କର ପାଠପଢା ସହ ଶାରୀରିକ ଓ ମାନସିକ ବିକାଶ ଉପରେ ଗୁରୁତ୍ବ ଦେଇଥିଲେ।
ବରିଷ୍ଠ ଶିକ୍ଷକ ଗୋପାଳ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେଶିକ୍ଷକ ମନୋଜ କୁମାର ପଟ୍ଟନାୟକ ମଞ୍ଚକୁ ପରିଚାଳନା କରିଥିଲେ। ଶିକ୍ଷକ ଜିତେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ବ୍ଲକରୁ କୃତି ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
Comments are closed.