ରେଳ ଦୁର୍ଘଟଣା:ରେଳପଥ ନିରାପତ୍ତା ଆୟୁକ୍ତ ସ୍ତରରେ ତଦନ୍ତ

ଭୁବନେଶ୍ବର: କୋରେଇ ଷ୍ଟେସନରେ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ରେଳପଥ ନିରାପତ୍ତା ଆୟୁକ୍ତ ତଦନ୍ତ ହେବ ବୋଲି ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଲାଇନଚ୍ୟୁତ ଟ୍ରେନ ଷ୍ଟେସନକୁ ମାଡ଼ି ଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳ ବୁଲି ଦେଖିଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ନିରାପତ୍ତା ଆୟୁକ୍ତ। ଖୁବ ଶୀଘ୍ର ରେଳ ଚଳାଚଳ ସ୍ବାଭାବିକ ହେବ। ତଦନ୍ତ ରିପୋର୍ଟ ଆସିଲେ ଦୋଶୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଳପଥ ମହାପ୍ରବନ୍ଧକ ସୂଚନା ଦେଇଛନ୍ତି। ରେଳ ବଗିର କବାଟ ଯୋଗୁ ରେଳ ଦୁର୍ଘଟଣାକୁ ଏଡ଼ାଇଲେ ନାହିଁ ମହାପ୍ରବନ୍ଧକ। ଏହା ଏକ କାରଣ ହୋଇଥାଇ ପାରେ ବୋଲି ରେଳ ମହାପ୍ରବନ୍ଧକ ରୂପ ସୁନକର ପ୍ରକାଶ କରିଛନ୍ତି। ଘଟଣାସ୍ଥଳ ବୁଲି ସ୍ଥତି ଅନୁଧ୍ୟାନ କରିଛନ୍ତି ରେଳପଥ ନିରାପତ୍ତା ଆୟୁକ୍ତ।

kalyan agarbati

Comments are closed.