www.samajalive.in
Friday, December 12, 2025
16.1 C
Bhubaneswar

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ତଦନ୍ତ କମିଟିର କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ପରିଦର୍ଶନ

କଣ୍ଟାବାଞ୍ଜି: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗୀରର ତିନି ଜଣିଆ ସ୍ଥାନୀୟ ତଦନ୍ତ କମିଟି ଡକ୍ଟର ପ୍ରତାପ କୁମାର ଦାସ, ଇଂରାଜୀ ସହକାରୀ ପ୍ରାଧ୍ୟାପକଙ୍କ ନେତୃତ୍ୱରେ ସୋମବାର କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ମହାବିଦ୍ୟାଳୟର ଆବଶ୍ୟକ ସରକାରୀ କାଗଜ ପତ୍ର ତଦାରଖ କରିଥିଲେ। ଏଥିସହ ମହାବିଦ୍ୟାଳୟର ଗ୍ରନ୍ଥାଗାର, ଶ୍ରେଣୀଗୃହ, ପରିମଳ ଓ ସ୍ୱଚ୍ଛତା, ଭିତ୍ତିଭୂମି ଓ ୨୦୨୧-୨୨ ବର୍ଷ ପାଇଁ ସହବନ୍ଧନ ସମ୍ବନ୍ଧରେ ରିପୋର୍ଟ ନେଇଛନ୍ତି, ଯାହାକୁ ମହାବିଦ୍ୟାଳୟ ବିକାଶ ପରିଷଦର ଅଧ୍ୟକ୍ଷଙ୍କୁ ପ୍ରଦାନ କରିବେ। ଏହି ତିନି ଜଣିଆ କମିଟିରେ ଡକ୍ଟର ସୁମନ ବିନ୍ଦୁ, ଉପ ସହକାରୀ ପ୍ରାଧ୍ୟାପିକା ବାଣିଜ୍ୟ ବିଭାଗ ଓ ହରେକୃଷ୍ଣ ହୋତା ସେକ୍ସନ ଅଫିସର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ତିନି ଜଣିଆ କମିଟି ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ପୃଥକ ପୃଥକ ଭାବେ ମହାବିଦ୍ୟାଳୟ ଛାତ୍ରୀମାନଙ୍କର ମେଧା ଓ ବୌଦ୍ଧିକ ଉନ୍ନତି କିପରି ହେବ ସେ ବିଷୟରେ ଆଲୋଚନା କରିଥିଲେ। ଉକ୍ତ କମିଟି ମହାବିଦ୍ୟାଳୟ ପରିଦର୍ଶନରେ ସନ୍ତୁଷ୍ଟ ପ୍ରକଟ କରି ବଲାଙ୍ଗୀରକୁ ଫେରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories