ସୋମବାର ରାଶିଫଳ (୨୧/୧୧/୨୦୨୨)

ମେ​ଷ :​‌  ମିତବ୍ୟୟୀ ହେବା ପାଇଁ ପ୍ରୟାସ ଜାରି ରଖିବେ। ଆଳସ୍ୟ ପରାୟଣ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ବ ନେଇପାରନ୍ତି। ଲୋଭୀ ହେବେ। ବହୁ ବ୍ୟୟର ସମ୍ମୁଖୀନ ହେବେ।

ବୃଷ : ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବ୍ୟବସାୟ ଲାଭଜନକ ହେବ। ପରାକ୍ରମୀ ହେବେ। ରାଜାଙ୍କ ପରି ସୁଖସୌଖୀନଯୁକ୍ତ ହେବେ। ଧାର୍ମିକ ଭାବନାସମ୍ପନ୍ନ ହେବେ। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି।

ମିଥୁନ : ସଚ୍ଚାକର୍ମୀ ହେବେ। ସର୍ବପ୍ରିୟ ହୋଇପାରନ୍ତି। ପିତୃ-ମାତୃ ଭକ୍ତ ହେବେ। ସଫଳ ଭବିଷ୍ୟବକ୍ତା ହୋଇପାରନ୍ତି। ସତ୍ୟବାଦୀ ହେବେ। ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ହେବେ। ଧନବାନ୍‌ ଓ ସୁବିଚାରକ ହୋଇପାରନ୍ତି।

କର୍କଟ : ପ୍ରଭୂତ ବିତ୍ତର ଅଧିକାରୀ ହେବେ, ମାତ୍ର କୃପଣ ସ୍ବଭାବର ହୋଇପାରନ୍ତି। ସୁଖୀ ହେବେ। ପବିତ୍ର ହୃଦୟବାନ୍‌ ବ୍ୟକ୍ତି ହୋଇପାରନ୍ତି। ମହିଳାମାନଙ୍କର ପ୍ରିୟପାତ୍ର ହେବେ। ଭାଗ୍ୟଶାଳୀ, ପୁତ୍ରବାନ୍‌ ଓ ଯଶସ୍ବୀ ହେବେ।

ସିଂହ : କର୍ମଚଞ୍ଚଳ ରହିବେ। ସୁସ୍ଥ ଓ ନିରାମୟ ରହିବେ। ଜ୍ଞାନଗରିମାଯୁକ୍ତ ହେବେ। ଜ୍ୟୋତିଷ ଶାସ୍ତ୍ର ପ୍ରତି ଆଗ୍ରହୀ ହେବେ। ଶିଶୁବତ୍ସଳ ହୋଇପାରନ୍ତି। ସ୍ନେହୀ ଓ ବିବେକୀ ହେବେ। ଦାନଶୀଳ ହେବେ।

କନ୍ୟା : ସୁଦୃଶ୍ୟ ଶାରୀରିକ ଗଠନ ସମ୍ପନ୍ନ ହେବେ। ପତ୍ନୀ ପ୍ରେମୀ, ଧୈର୍ଯ୍ୟବାନ୍‌ ଓ ଭାଗ୍ୟଶାଳୀ ହେବେ। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ପତ୍ନୀ ପତିବ୍ରତା ହେବେ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ଶାସ୍ତ୍ରାଭ୍ୟାସୀ ହେବେ।

prayash

ତୁଳା : ଶତ୍ରୁବିଜୟୀ ହେବେ। ମଧୁରଭାଷୀ ହୋଇପାରନ୍ତି। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ବିବେକୀ ହୋଇପାରନ୍ତି। ପ୍ରବଳ ପ୍ରତାପୀ ହେବାର ସୂଚନା ମିଳୁଛି।

ବିଛା : ଅନେକ ଶାସ୍ତ୍ରଜ୍ଞାତା ତଥା ବହୁବିଦ୍ୟା ପାରଙ୍ଗମ ହେବେ। ଆଧ୍ୟାତ୍ମବାଦୀ ହୋଇପାରନ୍ତି। ଜ୍ୟୋତିଷୀ ଓ ଲୋକପ୍ରିୟ ହେବେ। ସନ୍ତତିବାନ୍‌ ହେବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ଓ ସହାୟତା ପାଇବେ।

ଧନୁ : ଧନସମ୍ପଦଯୁକ୍ତ ହେବେ। ଯାନବାହନ ଯୁକ୍ତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଉଦ୍ୟୋଗୀ ହେବେ। ଜ୍ୟୋତିଷ ବିଦ୍ୟାରେ ରୁଚି ରହିବ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ପିତାମାତାଙ୍କ ଆଜ୍ଞାପାଳନକାରୀ ହେବେ।

ମକର : ଈଶ୍ବର ବିଶ୍ବାସୀ ହେବେ। ପରୋପକାରୀ ହେବେ। ପ୍ରବାସୀ ଓ ସ୍ତ୍ରୀ ପ୍ରିୟ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯାନବାହନ ଯୁକ୍ତ ହେବେ। ଧନର ଯଥାର୍ଥ ବିନିଯୋଗ କରିବେ।

କୁମ୍ଭ : ପ୍ରସନ୍ନ ଚିତ୍ତ ସମ୍ପନ୍ନ ହେବେ। ରତ୍ନ ବ୍ୟବସାୟ କରିପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସଦାଚାରୀ ଓ ଭାଗ୍ୟଶାଳୀ ହେବେ। ଧର୍ମକାର୍ଯ୍ୟରେ ରୁଚି ରହିବ। ସଞ୍ଚୟାଭିମୁଖୀ ହେବେ।

ମୀନ : ସୁସ୍ଥ ଓ ନିରାମୟ ରହିବେ। ବିଦ୍ବାନ୍‌ ହେବେ। ଉତ୍ତମ ବ୍ୟକ୍ତିତ୍ବ ଓ ଦେବଦ୍ବିଜଭକ୍ତ ହେବେ। ସଫଳ ଭବିଷ୍ୟବକ୍ତା ହେବେ। ସ୍ବାଭିମାନୀ ହେବେ। କର୍ମପରାୟଣ ଓ ପୁତ୍ରବାନ୍‌ ହୋଇପାରନ୍ତି। ସମ୍ମାନିତ ହେବେ।

Comments are closed.