ଆଠଗଡ଼ ବିଜେପିର ସାଂଗଠନିକ ବୈଠକ

ଆଠଗଡ଼ :  ଆଠଗଡ଼ ଭାରତୀୟ ଜନତା ପାର୍ଟି ପକ୍ଷରୁ ରବିବାର ରାଧାଦର୍ଶନପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହେବା ସହ ଆଠଗଡ଼ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଅଧ୍ୟକ୍ଷତା କରି ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ ଦଳୀୟ ସଂଗଠନକୁ ମଜବୁତ କରିବା ଏବଂ ବିଭିନ୍ନ ମଣ୍ଡଳ ସ୍ତରରେ ଦଳର ସାଂଗଠନିକ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ ନାରାୟଣ ପଣ୍ଡା, କ୍ୟାପେଟନ୍ ପ୍ରଫୁଲ୍ଲ ପରିଡ଼ା, ବରିଷ୍ଠ ନେତା ବିକ୍ରମ କେଶରୀ ଦାଶ, କଟକ ଜିଲ୍ଲା ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ରାମନାରାୟଣ ମହାନ୍ତି, ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନା, ହେମନ୍ତ କୁମାର ମହାନ୍ତି, ପ୍ରଦୀପ ମହାପାତ୍ର, ଆଇନଜୀବୀ ଅରୁଣ ମହାନ୍ତି, ପ୍ରମୋଦ କୁମାର ରାୟ, ସୁନିଲ ମିଶ୍ର, ପ୍ରକାଶ କୁମାର ସେଠୀ, ମମତା ନାଏକ, କଳ୍ପନା ମହାପାତ୍ର ପ୍ରମୁଖ ଯୋଗଦେଇ ଆଠଗଡ଼କୁ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଆଦି କ୍ଷେତ୍ରରେ ଅବହେଳା କରାଯାଇଥିବା କଥା କହି କ୍ଷୋଭ ପ୍ରକାଶ କରିଥିଲେ। ବିଜେପି ନେତାମାନେ ଆଠଗଡ଼କୁ କଟକ ଓ ଭୁବନେଶ୍ୱରରୁ ମୋ ବସ୍ ଚଳାଇବା, ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତ ଡାକ୍ତର ପଦବୀ ପୁରଣ କରିବା, ସରକାରୀ ବାଳିକା ବିଦ୍ୟାଳୟ ଓ ବିଶ୍ୱନାଥ ବିଦ୍ୟାପୀଠ ସମେତ ଅନ୍ୟ ବିଦ୍ୟାଳୟରେ ଖାଲିଥିବା ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ପୂରଣ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ନଚେତ ଭାରତୀୟ ଜନତା ପାର୍ଟି ବାଧ୍ୟ ହୋଇ ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜ ରାସ୍ତାରେ ଆନ୍ଦୋଳନ କରିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକର୍ତ୍ତା ଚିନ୍ମୟ ମଲ୍ଲିକ, ସନ୍ତୋଷ ରାଉତ, ନିର୍ମଳ ପତ୍ରୀ, ପବିତ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Comments are closed.