www.samajalive.in
Saturday, December 13, 2025
14.1 C
Bhubaneswar

ଫିଫା ବିଶ୍ୱକପ୍‌‌ ୨୦୨୨, ଉଦ୍‌‌ଘାଟନୀ ସମାରୋହରେ ଯୋଗଦେବେ ଉପରାଷ୍ଟ୍ରପତି

ଡେସ୍କ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜିଠାରୁ ୨ ଦିନିଆ କାତାର ଗସ୍ତରେ ଯାଇଛନ୍ତି। ସେଠରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ୍‌‌ ୨୦୨୨ର ଉଦ୍‌‌ଘାଟନୀ ସମାରୋହରେ ଉପରାଷ୍ଟ୍ରପତି ଭାରତର ପ୍ରତିନିଧିତ୍ୱ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଭାରତ ଓ କାତାର ବାଣିଜ୍ୟ, ନିରାପତ୍ତା, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପରସ୍ପର ମଧ୍ୟରେ ସହଯୋଗ କରିଆସିଛନ୍ତି। ଗତ ଆର୍ଥିକ ବର୍ଷରେ ଦୁଇଦେଶ ମଧ୍ୟରେ ବାଣିଜ୍ୟିକ କାରବାର ୧୫ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଥିଲା। ଏହାଛଡ଼ା ଆସନ୍ତାବର୍ଷ ଉଭୟ ଦେଶ ପରସ୍ପର ମଧ୍ୟରେ କୁଟନୈତିକ ସଂପର୍କରେ ୫୦ ବର୍ଷ ପୂର୍ତ୍ତି ପାଳନ କରିବେ। ଉପରାଷ୍ଟ୍ରପତି ଏହି ଗସ୍ତ ଅବସରରେ କାତାରଠାରେ ଥିବା ଭାରତୀୟ ସଂପ୍ରଦାୟଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତମାସ ୨୯ ତାରିଖରେ କାତାର ଅମୀର ଶେଖ୍‌‌ ତାମିମ୍‌‌ ବିନ୍‌‌ ହମାଦ୍‌‌ ଅଲ୍‌‌ ଥାନିଙ୍କ ସହିତ କଥାବାର୍ତ୍ତା କରିବା ଅବସରରେ ଫିଫା ବିଶ୍ୱକପ୍‌‌ ୨୦୨୨ର ସଫଳତା ଲାଗି ଶୁଭେଚ୍ଛା ଜଣାଇଥିଲେ। ଏହି ବିଶ୍ୱକପ୍‌‌ ପ୍ରତିଯୋଗିତା ଆଜିଠାରୁ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories