ଡେସ୍କ: ଇଜିପ୍ଟରେ ଜାତିସଂଘର ଜଳବାୟୁ ଶିଖର ସମ୍ମିଳନୀରେ କ୍ଷତି ସହୁଥିବା ଦେଶଗୁଡିକ ପାଇଁ ଏକ ପାଣ୍ଠି ପ୍ରତିଷ୍ଠା କରିବାକୁ ସହମତି ପ୍ରକାଶ ପାଇଛି। ଏହି ନିଷ୍ପତ୍ତିକୁ ଭାରତର ବିଶେଷଜ୍ଞମାନେ ସ୍ୱାଗତ କରିଛନ୍ତି। ଏହା ଜଳବାୟୁ ପ୍ରଭାବିତ ଦେଶଗୁଡିକ ପାଇଁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଦେଶଗୁଡିକୁ ଏକ ପ୍ରକାର ଚେତାବନୀ ବୋଲି ବିବେଚନା କରାଯାଉଛି।
ଜାତିସଙ୍ଘର ଏହି ଜଳବାୟୁ ଶିଖର ସମ୍ମିଳନୀରେ ଆଲୋଚନାରେ ଭାରତ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲା ଓ ତତ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ମତ ଉପସ୍ଥାପନ କରିଥିଲା। ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ଆଜି ଭାରତୀୟ ସମୟ ସକାଳ ୭.୪୫ ମିନିଟରେ ଏହି ପାଣ୍ଠି ଗଠନ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
କ୍ଷୟକ୍ଷତିର ମୁକାବିଲା ପାଇଁ ଅର୍ଥ ପ୍ରଦାନ କିମ୍ବା ଏକ ନୂତନ ପାଣ୍ଠି ଦ୍ୱାରା ବନ୍ୟା ଦ୍ୱାରା ବିସ୍ଥାପିତ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ଅର୍ଥ ଭରଣା ଭାରତ ସମେତ ଅଧିକାଂଶ ଗରିବ ତଥା ବିକାଶଶୀଳ ଦେଶମାନଙ୍କର ଦୀର୍ଘ ଦିନର ଦାବି ଥିଲା। ବିକଶିତ ରାଷ୍ଟ୍ରମାନେ, ବିଶେଷକରି ଆମେରିକା, ଏହି ନୂତନ ପାଣ୍ଠିକୁ ବିରୋଧ କରିଥିଲେ କାରଣ ପରିବର୍ତ୍ତନ ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତି ପାଇଁ ସେମାନଙ୍କୁ ଆଇନଗତ ଭାବେ ଦାୟୀ କରିବ।



