www.samajalive.in
Sunday, December 14, 2025
23.1 C
Bhubaneswar

ଅପରେସନ ନୀଳଜହର; ୧୩ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଗଞ୍ଜେଇ ଚାଷ ନଷ୍ଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ ୧୩ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି  ।  ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନେତୃତ୍ୱରେ ଗୋଛାପଡା ଥାନା ଅଧୀନରେ ଥିବା ଗୋଛାପଡା ପଞ୍ଚାୟତର ଗ୍ରିଡିଖୋଲ, ରାକାଡି, ମଣିବନ୍ଧ  ଅଞ୍ଚଳରେ ବିଭିନ୍ନ ଜଙ୍ଗଲ ଜମିରେ ଚାଷ ହୋଇଥିବା ପ୍ରାୟ ୧୩୧ ଏକର ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ଗଞ୍ଜେଇ ଚାଷର ହାରାହାରି ମୂଲ୍ୟ ୧୩ କୋଟିରୁ ଊର୍ଦ୍ଧ୍ଵ ହେବା ବୋଲି ଅନୁମାନ କରାଯାଉଛି ।

ଏହି ଗଞ୍ଜେଇ କଟା ଅଭିଯାନରେ ଫୁଲବାଣୀ ସଦର ଏସ୍‌.ଡ଼ି.ପି.ଓଙ୍କ ସହ ଅବକାରୀ ବିଭାଗର କର୍ମଚାରୀ ଓ ଗୋଛାପଡା ଥାନାରେ ଅନ୍ୟ କର୍ମଚାରୀ ମାନେ ସାମିଲ୍‌ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା । ଏହି ଗଞ୍ଜେଇ କଟା ମାମଲାରେ ଗୋଛାପଡା ଥାନାରେ କେସ ନଂ ୧୪୫/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି ।

- Advertisement -

ସୂଚନା ଥାଉକି ଏହି ଅଞ୍ଚଳ ଗଞ୍ଜେଇ ଚୋର ଚାଲାଣର ପେଣ୍ଠସ୍ଥଳୀ ପାଲଟି ଥିବା ବେଳେ ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି ତଥାପି ଏହି ଅଞ୍ଚଳରୁ ଏହି ଗଞ୍ଜେଇ କାରବାର ଥମିବାର ନାଁଧରୁ ନଥିବା ବେଳେ ପ୍ରତ୍ୱେକ ବର୍ଷ ଏକର ଏକର ଗଞ୍ଜେଇ ଗଛ କଟାଯାଉ ଥିଲେ ମଧ୍ୟ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ମାଫିଆ ମାନଙ୍କ ଦ୍ୱାରା ବାହାର ରାଜ୍ୟ ଓ ଜିଲ୍ଲାକୁ ଚାଲାଣ ହେଉଛି ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories