www.samajalive.in
Sunday, December 14, 2025
26.1 C
Bhubaneswar

ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ: ବିଇଓଙ୍କୁ ଦାବିପତ୍ର ପ୍ରଦାନ

କଟକ: ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ବଢ଼ୁଛି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅସନ୍ତୋଷ । ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକମାନେ ପ୍ରତିବାଦର ସ୍ୱର ଉତ୍ତୋଳନ କରିଥିବା ଦେଖିବାକୁ ମିଳିଛି । ଶନିବାର ଦିନ କଟକ ସଦର ଓ କଟକ ମହାନଗରନିଗମ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ କଟକ ସଦର ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।  ବିକ୍ଷୋଭ ପ୍ରଦର୍ଶନ କରିବା ସହ ମଣ୍ଡଳ ଶିକ୍ଷାଧିକାରୀଙ୍କୁ ୩ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ବ୍ଲକ ସଭାପତି ଉମାକାନ୍ତ ବେହେରା ଓ ସଂପାଦକ ସୁବାସ ଶତପଥୀ ଓ ଜିଲ୍ଲା ସଭାପତି ଶଙ୍କର୍ଷଣ ବେହେରା, ରାଜକିଶୋର ସାହୁ , ବାସୁଦେବ ନାୟକ, ପ୍ରଭାତ ଜେନା, ଅନାଥ ବେହେରା, ରକିବ ମହମ୍ମଦ,ସାଜିଦ୍ ଅଲ୍ଲୀ ଖାନ୍ , ସନାତନ ବେହେରା, ସେକ୍ ସିରାଜଉଦ୍ଦୁଲ୍ଲା, କାଶିଫୁଲ ଇସଲାମ, ଶରତ ଚନ୍ଦ୍ର ଦାସ, ବିରଞ୍ଚି ବେହେରା, ସଙ୍ଗୀତା ଦାଶ, ଭାରତୀ ପଦ୍ମଜା ମହାନ୍ତି, ସନ୍ତୋଷ କୁମାର ପ୍ରଧାନ, ଅଞ୍ଜନ ସେଠୀ, ଆରତ ଭଞ୍ଜନ ସାହୁ, ଅଜିତ୍ ସେନାପତି, ବିରଜା ମିଶ୍ର, ଆଗା ଅଜମତ୍, ରବି ନାରାୟଣ ମହାନ୍ତି ପ୍ରମୁଖଙ୍କ ସହ ୬୦୦ରୁ ଊର୍ଦ୍ଧ୍ଵ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।

ଆସନ୍ତା ୭ଦିନ ମଧ୍ୟରେ ୩ଦଫା ଦାବିକୁ ସରକାର ମାନି ନନେଲେ ସମଗ୍ର ଓଡ଼ିଶାର ସମସ୍ତ ପ୍ରାଥମିକ ଶିକ୍ଷକଙ୍କ ସହିତ କଟକ ଜିଲ୍ଲାର ୧୩ବ୍ଲକ ଏବଂ କଟକ ସଦର ଓ କଟକ ମହାନଗରନିଗମ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସବୁ ପ୍ରାଥମିକ ଶିକ୍ଷକ ଭୁବନେଶ୍ଵର ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଓ ବିକ୍ଷୋଭ ଚାଲୁରହିବା ନେଇ ଚେତାବନୀ ଦେଇଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories