ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ୩୦୦ ଟଙ୍କାର ଶୀତକଳୀନ ସହାୟତା
ଭୁବନେଶ୍ୱର : ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ଶୀତକାଳୀନ ସହାୟତା ପ୍ରଦାନ କରିବେ। ପ୍ରତ୍ୟେକ ହିତାଧିକାରୀଙ୍କୁ ସେ ବାବଦରେ ଏକକାଳୀନ ୩୦୦ ଟଙ୍କା ପ୍ରଦାନ କରାଯିବ। ଡିସେମ୍ବର ମାସରେ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାରେ ଏହି ଅର୍ଥ ଜମା କରାଯିବ। ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୪୮ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଶୀତକାଳୀନ ସହାୟତା ପାଇବେ। ରାଜ୍ୟ ସରକାର ସହାୟତା ବାବଦରେ ପ୍ରାୟ ୧୪ କୋଟି ୬୨ ଲକ୍ଷ ଟଙ୍କା ମଂଜୁର କରିଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୂତ୍ରରୁ ପ୍ରକାଶ ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ହିତାଧିକାରୀମାନଙ୍କୁ ୧୦୦ ଟଙ୍କା କରି ଗ୍ରୀଷ୍ମକାଳୀନ ସହାୟତା ପ୍ରଦାନ କରାଯାଇଥିଲା ।
Comments are closed.