ସମାଧାନ ମୂଳକ ସାମ୍ବାଦିକତା ଦ୍ୱାରା ସମୃଦ୍ଧ ଭାରତ ଗଠନ ସମ୍ଭବ

କଟକ : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭଗିନୀ ସଂସ୍ଥା ରାଜଯୋଗ ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠାନ ଅନ୍ତର୍ଗତ ‘ଗଣମାଧ୍ୟମ ପ୍ରଭାଗ’ ଆନୁକୁଲ୍ୟରେ ଆୟୋଜିତ ସମୃଦ୍ଧ ଭାରତ ଗଠନ ପାଇଁ ସମାଧାନ ଆଧାରିତ ଗଣମାଧ୍ୟମର ଏକ ଅଖିଳ ଭାରତ ଅଭିଯାନ ଯାହାକି ଜାନୁଆରୀ ୨୧ ତାରିଖରେ ମାଉଣ୍ଟ ଆବୁରୁ ବାହାରିଛି । ଏହି ଅଭିଯାନ ଆଜି ଓଡିଶାରେ ପହଂଚିବା ପରେ କଟକ ଝାଞ୍ଜିର ମଙ୍ଗଳାସ୍ଥିତ ପ୍ରଭୁ ସମର୍ପଣ ଭବନରେ ଓଡିଶା ପାଇଁ ଶୁଭାରମ୍ଭ ହୋଇ ଯାଇଛି।

prayash

ଏହି କାର୍ଯ୍ୟକ୍ରମକୁ ସମ୍ବାଦର ସଂପାଦକ ଖଣ୍ଡପଡାର ବିଧାୟକ ସୋମ୍ୟ ରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିଲେ। ସେ ତାଙ୍କର ଉଦଘାଟନୀ ଅଭିଭାଷଣରେ କହିଲେ ଯେ ଗଣମାଧ୍ୟମ ପ୍ରତିନିଧି ନିଜେ ୪ର୍ଥ ସ୍ତମ୍ଭର ମାୟାରୁ ମୁକ୍ତ ହୋଇ କାର୍ଯ୍ୟ କଲେ ଦୁଃଖ ଅଶାନ୍ତିରୁ ମୁକ୍ତ ହୋଇ ସମାଧାନର ସ୍ୱରୂପ ହୋଇପାରିବେ। ଗଣ ମାଧ୍ୟମ ପତ୍ରକାରିତାକୁ ସେବା ଭାବନାରେ କାର୍ଯ୍ୟ କରିବା ଦରକାର। ସେ ସାମ୍ବାଦିକମାନଙ୍କୁ ୪ର୍ଥ ସ୍ତମ୍ଭ ମନେ ନ କରି ନିଜକୁ ଶିବଙ୍କ ତୃତୀୟ ନେତ୍ର ଭାବି ସତ୍ୟ ଖବର ପ୍ରକାଶ କରିପାରିଲେ ନିଜେ ସନ୍ତୁଷ୍ଟ ରହି ପାରିବେ ତଥା ଏଥିପାଇଁ ଆଧ୍ୟାତ୍ମିକ ଜ୍ଞାନ ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ।ରାଜଯୋଗିନୀ ବ୍ର.କୁକମଲେଶଜୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ତାଙ୍କ ଆଶୀର୍ବଚନରେ ସାମ୍ବାଦିକମାନଙ୍କୁ ଜୀବନ ପରିବର୍ତ୍ତନକାରୀ ଲେଖାମାନ ପ୍ରକାଶ କରିବା ପାଇଁ ପରାମର୍ଶ ଦେଇଥିଲେ।ସଂସ୍ଥାର ମିଡିଆ ପ୍ରଭାଗର ରାଷ୍ଟ୍ରୀୟ ସଂଯୋଜକ ବ୍ର.କୁ. ସୁଶାନ୍ତ ଭାଇ ଅଭିଯାନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ କହିଲେ ଯେ ପତ୍ରକାରିତାରେ ଆଧ୍ୟାତ୍ମିକତାକୁ ସଂଯୋଗ କରି ମାନବ ମଧ୍ୟରେ କରୁଣା ଓ ଦୟା ସୃଷ୍ଟି ହେଲେ ସମାଜରେ ସବୁ ପ୍ରକାର ସମସ୍ୟାର ସମାଧାନ ଆସିବା ଦ୍ୱାରା ଏକ ସମୃଦ୍ଧ ଏବଂ ସଶକ୍ତ ଭାରତ ନିର୍ମାଣ ହୋଇ ପାରିବ। ଆଧ୍ୟାତ୍ମିକତା ଦ୍ୱାରା ପତ୍ରକାରିତାରେ ସକାରାତ୍ମକ ବିଚାରଧାରା ସୃଷ୍ଟି ହୋଇ ପାରିବ ଯାହାକି ବର୍ତ୍ତମାନ ସମାଜର ଆବଶ୍ୟକତା ଏବଂ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଗଣମାଧ୍ୟମକୁ ଆଧ୍ୟାତ୍ମିକତା ଦ୍ୱାରା ଶାନ୍ତିଏବଂ ସଦ୍ଭାବନାର ବାର୍ତ୍ତା ଦେବା ପାଇଁ ପ୍ରେରଣା ଦେଉଛି। ଦିଲ୍ଲୀ ଦୂରଦର୍ଶନ କେନ୍ଦ୍ରର ଉପଦେଷ୍ଟା ସମ୍ପାଦକ ମନିଶ ବାଜପେୟୀ କହିଲେ ଯେ କର୍ତ୍ତବ୍ୟ, ଧର୍ମ ଏବଂ ଯୋଗ ସମ୍ମିଳିତ କରି କର୍ମ କଲେ ମାନବ ବାସ୍ତବ ସୁଖ ଶାନ୍ତି ପାଇବା ସହିତ ସମସ୍ତ ସମସ୍ୟାର ସମାଧାନହୋଇପାରିବ। ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଈଶ୍ୱରୀୟ ଜ୍ଞାନ ଏବଂଯୋଗର ଶିକ୍ଷା ଦେଉଥିବାରୁ ଗଣମାଧ୍ୟମଏହାକୁ ଅନୁସରଣ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ବ୍ୟକ୍ତକରିଥିଲେ।

ବରିଷ୍ଠ ସାମ୍ବାଦିକ ବ୍ର.କୁ. ଅରୁଣ ପଣ୍ଡା, ସାମ୍ବାଦିକଙ୍କର ତ୍ୟାଗ ଏବଂ ବଳିଦାନ ବିଷୟରେ ମତ ବ୍ୟକ୍ତ କରି ସେମାନେ ସମାଜ ସଂସ୍କାରକ ରୂପେ କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ। ଅନ୍ୟତମ ପ୍ରବକ୍ତା ବ୍ର.କୁ. ସୁଲୋଚନା ଭାରତରେ ପରମପିତା ପରମାତ୍ମାଙ୍କର ଦିବ୍ୟ ଅବତରଣ ହୋଇଥିବାର ସନ୍ଦେଶ ପ୍ରଦାନ କରିବା ସହିତ ସ୍ୱ ପରବର୍ତ୍ତନରେ ବିଶ୍ୱ ପରିବର୍ତ୍ତନ ସମ୍ଭବ ବୋଲି କହିଥିଲେ। ବ୍ର.କୁ. ପୁନମ ତାଙ୍କ ଅଭିଭାଷଣରେ କହିଲେ ଫୁଲ ଯେପରି ବୃକ୍ଷ ସହିତ ସଯୁକ୍ତ ଥିଲେ ତା’ର ସୁଂଗନ୍ଧ ରହିଥାଏ ଏତାଦୃଶ୍ୟ ମନୁଷ୍ୟ ଆତ୍ମା ପରମାତ୍ମାଙ୍କ ସହିତ ସଂଯୁକ୍ତ ହୋଇଗଲେ ତାଙ୍କ ତାଠାରୁ ଦିବ୍ୟଗୁଣ ରୂପୀ ସୁଗନ୍ଧ ଆସିଥାଏ। ବ୍ର.କୁ. ଗୀତାଞ୍ଜଳୀ ରାଜଯୋଗର ଅନୁଭୂତି କରାଇଥିଲେ । ବ୍ର.କୁ. ନଥମଲ ମଂଚ ପରଚାଳନା କରିଥିଲେ । ବ୍ର.କୁ. ଅମୂଲ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ। ବ.କୁ. ଦେବସ୍ମିତା ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ବ୍ର.କୁ. ସୌମ୍ୟା ପ୍ରିୟଦର୍ଶିନୀ ସ୍ୱାଗତ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକମ୍ରରେ ୨୦୦ରୁ ଅଧିକ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।

Comments are closed.