ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟରତ ଶିକ୍ଷକଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
ଝୁମ୍ପୁରା:ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ରାଜ୍ୟ ଗଣଶିକ୍ଷା ବିଭାଗ ସଦା ସର୍ବଦା ଅବହେଳା ପ୍ରଦର୍ଶନ କରୁଛି। ଏହାସହିତ ସେମାନଙ୍କୁ ତାଙ୍କ ନ୍ୟାର୍ଯ୍ୟ ଦାବି ମିଳୁନଥିବାରୁ ପ୍ରାଥମିକ ଶିକ୍ଷକ ମାନଙ୍କୁ ରାଜ୍ୟ ସରକାର ତାଙ୍କର ନ୍ୟାର୍ଯ୍ୟ ଦାବି ପ୍ରଦାନ କରିବା ପାଇଁ ପ୍ରାଥମିକ ଶିକ୍ଷକ ସଂଘର ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।
ମିଳିତ ପ୍ରାଥମିକ ଶିକ୍ଷକ ସଂଘର ନିଷ୍ପତ୍ତି କ୍ରମେ ଝୁମ୍ପୁରା ବ୍ଲକ ନୂତନ ପେନସନଭୁର୍କ୍ତ(ଏନପିଏସ) ସଂଘର ସଭାପତି ବିନୋଦ ବିହାରୀ ମହାନ୍ତଙ୍କ ପ୍ରତ୍ୟକ୍ଷ ତ୍ୱତ୍ତା ପବଧାନରେ ଝୁମ୍ପୁରା ଠାରେ ପ୍ରାଥମିକ ଶିକ୍ଷକ ସଂଘର ଏକ ରାଲି ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନେ ଦୁର୍ଗାପଡିଆ ଠାରେ ଏକାଠି ହେବା ପରେ ସେଠାରୁ ଶିକ୍ଷକମାନଙ୍କ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ପରେ ବ୍ଲକ ପରିସର ମଧ୍ୟରେ ରହିଥିବା ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ। ରାଲିରେ ଯୋଗଦାନ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ହାତରେ ତାଙ୍କ ଦାବି ଲିଖିତ ପ୍ଲାକାର୍ଡ ଧରିଥିବା ଦେଖିବାକୁ ମିଳିଥିଲ। ଶିକ୍ଷକ ମାନଙ୍କ ମୁଖ୍ୟ ସମସ୍ୟା ଗୁଡିକ ହେଲେ ପୁରାତନ ପେନସନ, ଚୁକ୍ତି ଭିତ୍ତିକ ନିଯୁକ୍ତିରେ ପ୍ରାଥମିକ ଶିକ୍ଷକ ମାନଙ୍କୁ ସାମିଲ,୬ ବର୍ଷ ଚାକିରିରେ ଗଣନା କରିବା ସହ ୬ଟି ଇନକ୍ରିଜିମେଣ୍ଟ ପ୍ରଦାନ ଇତ୍ୟାଦି ତାଙ୍କର ଦାବି ରହିଛି।
ଶୋଭାଯାତ୍ରା ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ କୁମାର ମହାନ୍ତଙ୍କୁ ପ୍ରଦାନ କରିଥିଲେ। ଏହି ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ ନୂତନ ପେନସନଭୁକ୍ତ ସଂଘର ଝୁମ୍ପୁରା ବ୍ଲକ ଉପ ସଭାପତି ବିଜୟ କୁମାର ବେହେରା, ତନ୍ମୟ କୁମାର ଗିରି, ପ୍ରଦୀପ କୁମାର ମହାନ୍ତ, ବିବେକା ବେହେରା, ପ୍ରଦୀପ କୁମାର ବେହେରା ପ୍ରମୁଖ। ଆସନ୍ତା ୨୭ ତାରିଖ ଦିନ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଭୂବନେଶ୍ୱର ଠାରେ ବିଶାଳ ଶୋଭାଯାତ୍ରା କରିବା ପାଇଁ ସଂଘ ସ୍ଥିତ କରିଥିବା ସମ୍ପର୍କରେ ସଂଘ ତରଫରୁ ସୂଚନା ପ୍ରଦାନ କରିଛନ୍ତି।
Comments are closed.