କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା, ସ୍ଥାନ ପାଇନାହାନ୍ତି ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। କଂଗ୍ରେସର ଏହି ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ବିଧାୟକ ମହମ୍ମଦ ମୋକିମ ସ୍ଥାନ ପାଇନଥିବା ଜଣାପଡ଼ିଛି। କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ପଦ୍ମପୁର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ପ୍ରଭାରୀ ଚେଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସାମିଲ କରାଯାଇଛି। ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜିବୀ ବିଶ୍ବାଳ, ସୁରେଶ କୁମାର ରାଉତରାୟ, ଜି.ରୁଦ୍ରରାଜୁ, ତାରା ପ୍ରସାଦ ବାହିନିପତୀ, ଭକ୍ତଚରଣ ଦାସ, ସପ୍ତଗିରି ଶଙ୍କର ଉଲ୍ଲାକା, ରାମଚନ୍ଦ୍ର ଖୁଣ୍ଟିଆ, ଶୁଶିଳା ତିରିଆ, ଶରତ ରାଉତ, ସସ୍ମିତା ବେହେରା, ବିଜୟଲକ୍ଷ୍ମୀ ସାହୁ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ବର ବେହେରା, ପଞ୍ଚାନନ କାନୁନଗୋ, ରମେଶ ଜେନା, ଦାଶରଥୀ ଗମାଙ୍ଗୋ, ଅଧିରାଜ ରଞ୍ଜନ ପାଣିଗ୍ରାହୀ, ସିଏସ ରାଜନ ଏକ୍କା, କିଶୋର ଚନ୍ଦ୍ର ପଟେଲ, ସୁରେନ୍ଦ୍ର ସିଂହ ଭୋଇ, ଯଜ୍ଞେଶ୍ବର ବାବୁ, ଦେବାଶିଷ ପଟ୍ଟନାୟକ, ସଞ୍ଜୟ ଭୋଇ, ପ୍ରକାଶ ଚନ୍ଦ୍ର ଦେବତା,ଭୂଜବଳ ମାଝି, ଅମୀୟ ପଟ୍ଟନାୟକ, ବାଙ୍କନିଧି ବେହେରା, ବନ୍ଦିତା ପରିଡ଼ା,ସ୍ମୃତିରଞ୍ଜନ ଲେଙ୍କା, ୟାଶିର ନୱାଜ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ହାମିଦ ହୁସେନ ପ୍ରମୁଖ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି।

kalyan agarbati

Comments are closed.