www.samajalive.in
Friday, December 12, 2025
15.1 C
Bhubaneswar

ଆସନ୍ତାକାଲିଠାରୁ କାତାର ଫିଫା ଫୁଟବଲ ବିଶ୍ବକପ ୨୦୨୨

ଦୋହା  : ବିଶ୍ବର ସବୁଠାରୁ ଲୋକପ୍ରିୟ ତଥା ସର୍ବବୃହତ ଏକକ କ୍ରୀଡ଼ା ମହାକୁମ୍ଭ ଫିଫା ଫୁଟବଲ ବିଶ୍ବକପର ୨୨ତମ ସଂସ୍କରଣ କାତାରରେ ଚଳିତ ୨୦ ତାରିଖରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି । ୩୨ଟି ଦଳ ରଣନୀତି ଶେଷ କରିଛନ୍ତି। ମଧ୍ୟପ୍ରାଚ୍ୟ ତଥା ପଶ୍ଚିମ ଏସିଆର ଅନ୍ୟତମ ଦେଶ କାତାର ଫିଫା ଫୁଟବଲ ବିଶ୍ବକପକୁ ନେଇ ଉତ୍ସବ ମୁଖର ହୋଇପଡିଛି। ଏସୀୟ ମହାଦେଶରେ ଏହି ସମ୍ମାନଜନକ ପ୍ରତିଯୋଗିତା ଦ୍ବିତୀୟ ଥର ପାଇଁ ଆୟୋଜିତ ହେବାକୁ ଯାଉଛି। ପୂର୍ବରୁ ୨୦୦୨ରେ ଦକ୍ଷିଣ କୋରିଆ ଓ ଜାପାନ ମିଳିତ ଭାବେ ଫିଫା ଫୁଟବଲ ବିଶ୍ବକପର ସପ୍ତଦଶତମ ସଂସ୍କରଣ ଆୟୋଜନ କରିଥିଲେ।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଫିଫା ବିଶ୍ୱକପ୍‌ ୨୦୨୨ର ଉଦ୍‌ଘାଟନୀ ସମାରୋହରେ ଭାରତର ପ୍ରତିନିଧିତ୍ୱ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତମାସ ୨୯ ତାରିଖରେ କାତାର ଅମୀର ଶେଖ୍‌ ତାମିମ୍‌ ବିନ୍‌ ହମାଦ୍‌ ଅଲ୍‌ ଥାନିଙ୍କ ସହିତ କଥାବାର୍ତ୍ତା କରିବା ଅବସରରେ ଫିଫା ବିଶ୍ୱକପ୍‌ ୨୦୨୨ର ସଫଳତା ଲାଗି ଶୁଭେଚ୍ଛା ଜଣାଇଥିଲେ । ଏହି ବିଶ୍ୱକପ୍‌ ପ୍ରତିଯୋଗିତା ଆସନ୍ତାକାଲିଠାରୁ ଡିସେମ୍ବର
୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

- Advertisement -

ଉପରାଷ୍ଟ୍ରପତି ରବିବାରଠାରୁ ଦୁଇଦିନିଆ କାତାର ଗସ୍ତରେ ଯିବେ। ଭାରତ ଓ କାତାର ବାଣିଜ୍ୟ, ନିରାପତ୍ତା, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପରସ୍ପର ମଧ୍ୟରେ ସହଯୋଗ କରିଆସିଛନ୍ତି । ଗତ ଆର୍ଥିକ ବର୍ଷରେ ଦୁଇଦେଶ ମଧ୍ୟରେ ବାଣିଜ୍ୟିକ କାରବାର ୧୫ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଥିଲା । ଏହାଛଡ଼ା ଆସନ୍ତାବର୍ଷ ଉଭୟ ଦେଶ ପରସ୍ପର ମଧ୍ୟରେ କୁଟନୈତିକ ସଂପର୍କରେ ୫୦ ବର୍ଷ ପୂର୍ତ୍ତି ପାଳନ କରିବେ । ଉପରାଷ୍ଟ୍ରପତି ଏହି ଗସ୍ତ ଅବସରରେ କାତାରଠାରେ ଥିବା ଭାରତୀୟ ସଂପ୍ରଦାୟଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories