www.samajalive.in
Saturday, December 13, 2025
18.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଆଜି ପାଇଁ ସମସ୍ତ କୀର୍ତ୍ତିରାଜି ବୁଲିବା ଦେୟମୁକ୍ତ… ମାଗଣାରେ ବୁଲିପାରିବେ ତାଜମହଲ, ଆଗ୍ରା ଦୁର୍ଗ ଭିଳି ଅନେକ ବଡ଼ବଡ଼ ସ୍ଥାନ… ଏଏସଆଇ ଅଧୀନରେ ଆସୁଥିବା ଐତିହ୍ୟ ସ୍ଥଳି ଗୁଡ଼ିକ ବୁଲିଲେ ଦେବାକୁ ପଡ଼ିବ ନାହିଁ ଟଙ୍କା…  ଦେଶ ଓ ରାଜ୍ୟର ସବୁ ଏଏସଆଇ ଐତିହ୍ୟ ସ୍ଥଳିରେ ଦିନକ ପାଇଁ ମାଗଣା ବ୍ୟବସ୍ଥା ଲାଗୁ…

(୨) ଆଜି ଶ୍ରୀଜିଉଙ୍କ ପଇତାଲାଗି… ଭକ୍ତଙ୍କ ପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର… ଅପରାହ୍ଣ ୫ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ… ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ହେବ ସମସ୍ତ ନୀତିକାନ୍ତି… ଏନେଇ ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ…

- Advertisement -

(୩) ଟ୍ୱିଟର ପାଇଁ ଘୋଷଣା ହେଲା ନୂଆ ନୀତି… ନାକାରାତ୍ମକ ଟ୍ୱିଟ ଗୁଡ଼ିକୁ ହଟାଇବା ପାଇଁ ନିଆଯିବ ପଦକ୍ଷେପ… ଟ୍ୱିଟରକୁ ନୂଆ ରୂପ ଦେବାକୁ କରାଯିବ ପ୍ରୟାସ… ମାଲିକାନାକୁ ନେବା ପରେ ଟ୍ୱିଟରକୁ ନେଇ ଆଉ ଏକ ବଡ଼ ଘୋଷଣା କଲେ ଏଲନ ମସ୍କ…

(୪) ପୁଣି କିମ୍‌ ଜଙ୍ଗ୍‌ ଉନଙ୍କ ଧମକ… ଆଣବିକ ଅସ୍ତ୍ର ପ୍ରୟୋଗ ନେଇ ଧମକାଇ​‌ଲେ କିମ୍‌… କହିଲେ, ଆମକୁ ଡରାଇଲେ ପଡ଼ିବନି କୌଣସି ପ୍ରଭାବ… ବାଲିଷ୍ଟିକ୍‌ ମିଜାଇଲ୍‌ ପରୀକ୍ଷଣ ବନ୍ଦ କରିବନି ଉତ୍ତର କୋରିଆ… ଆଣବିକ ଅସ୍ତ୍ରର ଜବାବ ଦିଆଯିବ ଆଣବିକ ଅସ୍ତ୍ରରେ…

(୫) ଉପନିର୍ବାଚନ ପାଇଁ ସରଗରମ ପଦ୍ମପୁର… ଭୋଟରଙ୍କୁ ମନାଇବାକୁ ଚାଲିଲାଣି ପ୍ରଚାର… ଅନୁକମ୍ପା ଭୋଟ୍‌ ପାଇଁ ବିଜେଡି କରୁଛି କସରତ… ବିଜେପି ମଧ୍ୟ ଘରକୁ ଘର ବୁଲି ମାଗୁଛି ଭୋଟ୍… ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ପ୍ରାର୍ଥୀ କରୁଛନ୍ତି ପ୍ରୟାସ…

(୬) ଆଜି ବାରଣାସୀ କାଶୀ-ତାମିଲ ସଙ୍ଗମ କାର୍ଯ୍ୟକ୍ରମର ହେବ ଉଦଘାଟନ… କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ … ସେପଟେ ଅରୁଣାଚଳ ପ୍ରଦେଶରେ ଗ୍ରୀନଫିଲ୍ଡ ବିମାନବନ୍ଦରକୁ ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories