ଇଣ୍ଡୋନେସିଆରେ ୬.୯ ତୀବ୍ରତାର ଭୂମିକମ୍ପ
ଜାକର୍ତ୍ତା : ପଶ୍ଚିମ ଇଣ୍ଡୋନେସିଆରେ ଶୁକ୍ରବାର ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର ରାତି ପ୍ରାୟ ୮ଟା ୩୦ରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୯ ରହିଥିଲା। ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ୟୁଏସ୍ଜିଏସ୍)ର କହିବା ଅନୁଯାୟୀ ବେଙ୍ଗୁକୁଲୁର ଦକ୍ଷିଣ-ପଶ୍ଚିମକୁ ୨୧୨ କିମି ଦୂର ଭୂମିକମ୍ପର କେନ୍ଦ୍ରସ୍ଥଳ।
Comments are closed.