www.samajalive.in
Sunday, December 14, 2025
26.1 C
Bhubaneswar

ନୂତନ ଉତ୍ପାଦର ଗୁଣବତ୍ତା ନେଇ ଓଡ଼ିଶାର ପ୍ରତ୍ୟେକ ଅଂଶରେ ପହଞ୍ଚିବାକୁ ଭବିଷ୍ୟତ ଯୋଜନା ଉପରେ ଆଲୋଚନା

ଭୁବନେଶ୍ୱର : ଆବସୁଲ୍ୟୁଟ୍ ହଲିଡ଼େଜ୍ ପକ୍ଷରୁ ଭୁବନେଶ୍ୱରର ଏକ ତାରକା ହୋଟେଲରେ ୟୁନିଭ୍ୟୁ ଉପରେ ଏକ ଡ଼ିଲର୍ସ ମିଟ୍ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇଥିବା ବେଳେ ୟୁନିଭ୍ୟୁର ନିର୍ଦ୍ଦେଶକ ଅଶ୍ୱିନୀ ଝୁନଝୁନୱାଲା, ଆଞ୍ଚଳିକ ପରିଚାଳକ ସନ୍ଦୀପ ଶର୍ମା, ୟୁନଭ୍ୟୁର ଶାଖା ପରିଚାଳକ ଅମିତ୍ କୁମାର ଉପସ୍ଥିତ ଥିଲେ। ଏହି ମିଟ୍‌ରେ ଓଡ଼ିଶା ବଜାରରେ ନୂତନ ଉତ୍ପାଦ ଲଞ୍ଚ, ଡ଼ିଲରଙ୍କ ପାଇଁ ତାଲିମ୍ ଏବଂ ଉତ୍ପାଦ ପ୍ରଦର୍ଶନ, ପ୍ରିମିୟମ୍ ଉତ୍ପାଦର ଗୁଣବତ୍ତା ନେଇ ଓଡ଼ିଶାର ପ୍ରତ୍ୟେକ ଅଂଶରେ ପହଞ୍ଚିବାକୁ ଭବିଷ୍ୟତ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ସେହିପରି ୟୁନିଭ୍ୟୁର ଏଚଡ଼ି ଏବଂ ଆଇପି କ୍ୟାମେରା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହି ଡ଼ିଲର ମିଟ୍‌ରେ ବିତରକ ଆର୍‌.କେ ଟେକ୍ନୋ ସଲ୍ୟୁସନ୍ସର ପରି ନିର୍ଦ୍ଦେଶକ ରାକେଶ କୁମାର ସାହୁ ଓ ଟେକ୍ ଓଭରହାଉଲ୍ ଆଇଟିର ପରିଚାଳନା ଦିର୍ଦ୍ଦେଶକ ଅର୍ଦ୍ଧେନ୍ଦୁ ଶେଖର ପରିଡ଼ା ଯୋଗଦେଇଥିଲେ। ୟୁନିଭ୍ୟୁ ଆଇପି ଭିଡ଼ିଓ ନୀରିକ୍ଷଣ ଅଗ୍ରଣୀ ସ୍ଥାନରେ ରହିଛି। ଏହା ପ୍ରଥମେ ଆଇପି ଭିଡ଼ିଓ ସିସିଟିଭି ହିସାବରେ ଚାଇନାରେ ଓ ବର୍ତ୍ତମାନ ୟୁନିଭ୍ୟୁ ବିଶ୍ୱ ଭିଡ଼ିଓ ସର୍ବେକ୍ଷଣରେ ତୃତୀୟ ବୃହତ୍ତମ ସ୍ଥାନରେ ରହିଛି। ୧୬ ବର୍ଷର ଅସୀମିତ ଅନୁସନ୍ଧାନ ସହିତ, ୟୁନିଭ୍ୟୁ ଭିଡ଼ିଓ ସିସିଟିଭିରୁ ବିକଶିତ ହୋଇଥିଲା। ଉତ୍ପାଦ ଗୁଡ଼ିକରେ ଆଇପି କ୍ୟାମେରା, ଏନଭିଆର, ଏନକୋଡ଼୍‌ର, ଡ଼ିକୋଡ଼ର୍‌, ଷ୍ଟୋରେଜ୍‌, କ୍ଲାଏଣ୍ଟ ସଫ୍ଟୱେୟାର ଏବଂ ଆପ୍ ଅନ୍ତର୍ଭୁକ୍ତ ଯାହା ସ୍ମାର୍ଟ ଅଫିସ୍ ଏବଂ ସ୍ମାର୍ଟ ଘର ପର୍ଯ୍ୟନ୍ତ ସବୁଠି ଅସେସ୍ କଣ୍ଟ୍ରୋଲ୍ ହୋଇପାରିବ। ୟୁନିଭ୍ୟୁ ସମସ୍ତ ଶିଳ୍ପର ସମାଧାନ ସୁତ୍ର କାଢିପାରିବା ସହ ସ୍ମାର୍ଟ ସିଟି, ପରିବହନ, ଶିଳ୍ପ ପାର୍କ, ବାଣିଜ୍ୟିକ, ବ୍ୟାଙ୍କ, ଆବାସିକ, ବିଦ୍ୟାଳୟ, ସ୍ୱାସ୍ଥ୍ୟସେବା ଇତ୍ୟାଦିରେ ୭୦୦୦ରୁ ଅଧିକ ବିତରଣ କରିଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories