www.samajalive.in
Sunday, December 14, 2025
18.1 C
Bhubaneswar

ଭୋଟରଙ୍କୁ କୁକୁଡ଼ା ବାଣ୍ଟିଲେ ପ୍ରାର୍ଥୀ

ସିମଲା : ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ପ୍ରବର୍ତ୍ତାଇବାକୁ ପ୍ରାର୍ଥୀମାନେ ନାନା କୌଶଳ ଆପଣାଇଥାନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ସିମଲା ଜିଲାର କାନ୍ଦଲା ସହରରେ। ଏହି ସହରରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାକୁ ଜଣେ ପ୍ରାର୍ଥୀ କୁକୁଡ଼ା ବାଣ୍ଟୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା।

କାନ୍ଦଲା ସହର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ତଥା ଚଳିତଥର ଏହି ଅଞ୍ଚଳରୁ ପୁନର୍ବାର ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀ ଦୁଇ ଗାଡ଼ି ଭର୍ତ୍ତି କୁକୁଡ଼ା ଧରି ପହଞ୍ଚିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ କୁକୁଡ଼ା ବାଣ୍ଟିଥିଲେ। ଜନସାଧାରଣ ନିଜ ନିଜର କାମରେ ଯାଉଥିବା ବେଳେ କୁକୁଡ଼ା ବଣ୍ଟାଯିବା ଖବର ପାଇଁ ଭିଡ଼ ଜମାଇଥିଲେ। ଏପରିକି ଅଧିକ କୁକୁଡ଼ା ନେବାକୁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଘଟଣା ସଂପର୍କରେ ମତ ଦେଇ ସଂପୃକ୍ତ ପ୍ରାର୍ଥୀ ଜଣକ କହିଥିଲେ ସେ ଭୋଟରଙ୍କୁ ପ୍ରଭାବିତ କରିବାକୁ କୁକୁଡ଼ା ବାଣ୍ଟିନଥିଲେ ବରଂ ଗତଥର ନିର୍ବାଚନରେ ଲୋକେ ତାଙ୍କୁ ଜିତାଇବା ସହ ପୌରପାଳିକା ଅଧ୍ୟକ୍ଷ କରାଇଥିବାରୁ କୃତଜ୍ଞତା ସ୍ବରୂପ ସେ କୁକୁଡ଼ା ବାଣ୍ଟିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories