www.samajalive.in
Saturday, December 6, 2025
15.1 C
Bhubaneswar

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ

ଇନ୍ଦୋର: ନଭେମ୍ବର ୨୩ରେ ମଧ୍ୟପ୍ରଦେଶରେ ଆରମ୍ଭ ହେବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା। ଏହା ପୂର୍ବରୁ ଯାତ୍ରା ସମୟରେ ବୋମା ବିସ୍ଫୋରଣର ଧମକ ମିଳିଛି। ଏହି ଧମକପୂର୍ଣ୍ଣ ଚିଠି ପଠାଯାଇଥିବା ଲଫାପାରେ ବିଜେପି ବିଧାୟକ ଚେତନ କଶ୍ୟପଙ୍କ ନାମ ଲେଖାଯାଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଚିଠିରେ କଂଗ୍ରେସ ରାଜ୍ୟ ସଭାପତି କମଲନାଥଙ୍କୁ ମଧ୍ୟ ଗୁଳି କରାଯିବ ବୋଲି ଧମକ ଦିଆଯାଇଛି। କମଲନାଥ ଏନେଇ କହିଛନ୍ତି ଯେ, ଯାତ୍ରାକୁ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ ଦାୟିତ୍ବ। ଏହି ପ୍ରସଙ୍ଗରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି। ବିଜେପି କ୍ରୋଧାନ୍ଧ ହୋଇପଡ଼ିଛି ଏବଂ ସମସ୍ତ ପ୍ରକାର କୌଶଳ ଆପଣାଉଛି। ସୁରକ୍ଷା ବିଷୟ ପୁଲିସ ବୁଝିବ। ସମ୍ପୂର୍ଣ୍ଣ ସୁରକ୍ଷା ପୁଲିସ-ପ୍ରଶାସନ ହାତରେ।

ନଭେମ୍ବର ୨୦ରେ ମଧ୍ୟପ୍ରଦେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହେବାର ଥିଲା। ତାଙ୍କ ଗୁଜରାଟ ଯାତ୍ରା କାରଣରୁ ଏହି କାର୍ଯ୍ୟକ୍ରମକୁ ଦୁଇ ଦିନ ଘୁଞ୍ଚାଇ ଦିଆଯାଇଥିଲା ଏବଂ ବର୍ତ୍ତମାନ ମଧ୍ୟପ୍ରଦେଶରେ ତାଙ୍କ ଯାତ୍ରା ନଭେମ୍ବର ୨୩ରୁ ଆରମ୍ଭ ହେବ। ଏହାର ସୁରକ୍ଷାକୁ ନେଇ କଂଗ୍ରେସ ନେତାମାନେ ପ୍ରଥମରୁ ଆଶଙ୍କା ପ୍ରକାଶ କରିଥିଲେ। ଏବେ ଏକ ଚିଠି ସାମ୍ନାକୁ ଆସିଛି। ଏଥିରେ ଲେଖାଯାଇଛି ଯେ, ଯଦି ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶକୁ ଆସନ୍ତି, ତେବେ ତାଙ୍କ ଗସ୍ତ ସମୟରେ ଅନେକ ସ୍ଥାନରେ ବିସ୍ଫୋରଣ ଘଟିବ। ଏହା ସହିତ ଶିଖ୍‌ ଦଙ୍ଗା ପାଇଁ ଦାୟୀ ଥିବା କମଲନାଥଙ୍କୁ ମଧ୍ୟ ଗୁଳି କରାଯିବ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।

- Advertisement -

ଇନ୍ଦୋର ଡିଏସପି ରାଜେଶ ସିଂହ କହିଛନ୍ତି ଯେ, ଗୁରୁବାର ସନ୍ଧ୍ୟାରେ ଜୁନି ଇନ୍ଦୋର ଥାନା ଅଞ୍ଚଳରେ ଏକ ଚିଠି ମିଳିଥିଲା। ଏହି ଧମକପୂର୍ଣ୍ଣ ଚିଠି ଏକ ବ୍ୟବସାୟ ପ୍ରତିଷ୍ଠାନକୁ ଆସିଥିଲା। ଏହାକୁ ନେଇ ସେ ଜୁନି ଇନ୍ଦୋର ଥାନାରେ ସୂଚନା ଦେଇଛନ୍ତି। ପୁଲିସ ଏହାକୁ ଗୁରୁତର ସହ ନେଇଛି। ଆମର ଦଳ କାମ ଆରମ୍ଭ କରି ଦେଇଛନ୍ତି। ଏହି ଚିଠି ଡାକଘରୁ ଆସିଥିଲା। ଯେଉଁ ସ୍ଥାନରୁ ଆସିଛି ସେହି ସ୍ଥାନକୁ ଯାଇ ତଦନ୍ତ କରାଯାଉଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories