ଭିଜିଲାନ୍ସ ଜାଲରେ ତହସିଲ୍ କାର୍ଯ୍ୟାଳୟର ସେକ୍ସନ ଅଫିସର
ବଲାଙ୍ଗୀର : ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ । ଶୁକ୍ରବାର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ବେଲପଡା ତହସିଲ୍ ଅଫିସର ସେକ୍ସନ ଅଫିସର ଯୁଗଳ ରାଉତ । ଜମି ମ୍ୟୁଟେସନ ପାଇଁ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଯୁଗଳଙ୍କ କାର୍ଯ୍ୟାଳୟ ଓ ପାଟଣାଗଡ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ ।
Comments are closed.