www.samajalive.in
Sunday, December 14, 2025
23.1 C
Bhubaneswar

ଅଧାରେ ବିଜୁ ସେତୁ କାମ; ଅସୁବିଧାରେ ଜନସାଧାରଣ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍.ଏ.ସି ସ୍ଥିତ ବୈମାନ ଟିକ୍ରାରେ ନିର୍ମାଣ ହେଉଥିବା ଅଢେଇ କୋଟି ଟଙ୍କାର ବିଜୁ ସେତୁର ନିମ୍ନ ମନର କାମକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।  ଦୀର୍ଘ ଦିନ ଧରି ଏହି ବିଜୁ ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ତାଗିଦ ସତ୍ତ୍ଵେ ମଧ୍ୟ ଏହା ଆଜି ଯାଏଁ ସମ୍ପୂର୍ଣ୍ଣ ହୋଇନାହିଁ । ଅନ୍ୟ ପକ୍ଷରେ ଏହାର ନିମ୍ନ ମନର କାର୍ଯ୍ୟକୁ ନେଇ ବାରମ୍ବାର ଗଣମାଧ୍ୟମରେ ସମାଲୋଚନା ମୂଳକ ଖବର ପ୍ରକାଶ ପାଇଥିଲେ ମଧ୍ୟ କୌଣସି କଥାକୁ ଦୃଷ୍ଟି ନଦେଇ ମନମୁଖି କାମ କରୁଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି । ଅପରପକ୍ଷରେ ଅତାବିରା ବାବେବିରା ରାସ୍ତା ନିର୍ମାଣ ପାଇଁ ୫ କିମିକୁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ କରାଯାଉଛି ।

ହେଲେ ଏହି ରାସ୍ତାଟିକୁ ମଧ୍ୟ ଗୋଟିଏ ପଟେ ରାସ୍ତା ହୋଇଥିବା ବେଳେ, ଅନ୍ୟ ପାର୍ଶ୍ୱଟି ଦୀର୍ଘ ତିନି ମାସ ହେଲା ପଡ଼ିରହିଛି । ଯାହା ଫଳରେ ବିଭିନ୍ନ ଦୁର୍ଘଟଣା ପ୍ରତିଦିନ ଘଟୁଛି । ଏ ନେଇ ଯନ୍ତ୍ରୀ ସୁଶିଲ କୁମାର ଚୌଧୁରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯନ୍ତ୍ରୀ ଲୋକଙ୍କ କଥାକୁ ଖାତିର ନକରି ସେମାନଙ୍କ କଥାକୁ ଅଣଦେଖା କରିବାର ପ୍ରୟାସ କରିଥିଲେ ବୋଲି ଜଣାପଡ଼ିଛି । ଲୋକମାନେ ଏହି ରାସ୍ତାଦେଇ ଯାତାୟାତ କରୁଥିବାରୁ ନାନା ଅସୁବିଧାରେ ପଡ଼ୁଛନ୍ତି । ସେପ୍ଟେମ୍ବର ସୁଦ୍ଧା ଏହି  କାମ ସମ୍ପୂର୍ଣ୍ଣ କରିବା ପାଇଁ ସମୟ ଧାର୍ଯ୍ୟ ରହିଥିଲା ,କିନ୍ତୁ ନଭେମ୍ବର ସାରିବାକୁ ବସିଲାଣି । ହେଲେ ଏହାର କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ ।  ତେବେ ଆଉ  କେତେଦିନ ପରେ ଏହି ସେତୁ କାମ ଶେଷ ହେବ ଜନ ସାଧାରଣ ଅପେକ୍ଷାରେ ରହିଛନ୍ତି ।

- Advertisement -

 

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories