www.samajalive.in
Saturday, December 13, 2025
26.1 C
Bhubaneswar

ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଶାଖାକୁ ସଫଳତା; ଠକାମୀ ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଶାଖାକୁ ସଫଳତା ମିଳିଛି । ଏକ ଠକାମୀ ଅଭିଯୋଗର ତଦନ୍ତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ୧୨.୧୧.୨୦୨୨ରିଖରେ ଅଭିଯୋଗକାରୀ ଶ୍ରୀ ବିକାଶ ସେହେଗଲଙ୍କ ଅଭିଯୋଗକ୍ରମେ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ମାମଲାର ତଦନ୍ତ କରି ୩ଜଣ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଘଟଣାଦିନ ମଧ୍ୟାହ୍ନରେ ଅଭିଯୋଗକାରୀଙ୍କ ମୋବାଇଲ ଫୋନକୁ ଅଜଣା ନମ୍ବରରୁ ଏକ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ଜଣକ ନିଜକୁ ମନ୍ତ୍ରୀଙ୍କ ପିଏ ବୋଲି ପରିଚୟ ଦେଇଥିଲେ । କଳାହାଣ୍ଡି ଜିଲ୍ଲାରେ ମନ୍ତ୍ରୀ ଏକ ଯଜ୍ଞର ଆୟୋଜନ କରିଥିବା ଏବଂ ଜରୁରୀ ଦରକାର ଥିବା କହି କିଛି ଟଙ୍କା ପଠାଇବା ଲାଗି ଅନୁରୋଧ କରିଥିଲେ । ତାହା ସହିତ ଯୋଗାଯୋଗ ନିମନ୍ତେ ଅନ୍ୟ ଏକ ଫୋନ ନମ୍ବର ଦେଇଥିଲେ । ଯେଉଁ ନମ୍ବରକୁ ଜଣେ ପୂଜକ ବ୍ୟବହାର କରୁଥିଲେ । ଅଭିଯୋଗକାରୀ ଜଣେ ବ୍ୟବସାୟୀ ହୋଇଥିବା ସ୍ଥଳେ ଜଣେ ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଅଟନ୍ତି ।

- Advertisement -

ଏଣୁ ସେ ବିଶ୍ଵାସ ଓ ଭରସା କରି ୮୨୮୦୦୯୦୯୭୭୭ ନମ୍ବରରେ ୩୧,୫୦୦ଟଙ୍କା ଫୋନ-ପେ କରିଥିଲେ । କିଛି ସମୟ ପରେ ସେ ଉପରୋକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ତାହା ବନ୍ଦଥିବା ଜଣାପଡିଥିଲା । ଏହି ଘଟଣାରେ ଅଭିଯୋଗକାରୀ ଜଣକ ଠକାମୀର ଶିକାର ହୋଇଥିବା ଜାଣିପାରି ଥାନାରେ ଅଭିଯୋଗ କରିଥିଲେ । ଘଟଣା ଅଭିଯୋଗ ପରେ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ମାମଲାରେ ସମ୍ପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିଥିଲେ । ଛାନଭିନ ସମୟରେ ପୁଲିସ ସେମାନଙ୍କ ନିକଟରୁ ୬ଟି ମୋବାଇଲ ଫୋନ ଏବଂ ୫୦,୦୦୦ଟଙ୍କା ଜବତ କରିଥିଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ମାନେ ନିଜ ଦୋଷ ସ୍ଵୀକାର କରିଥିଲେ । ତଦନ୍ତ ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories