www.samajalive.in
Sunday, December 14, 2025
23.1 C
Bhubaneswar

ଭାରତ ଯୋଡୋ ଯାତ୍ରା: ପୂଜା ଭଟ୍ଟଙ୍କ ପରେ ରାହୁଲଙ୍କ ସମର୍ଥନରେ ଅଭିନେତ୍ରୀ ରିୟା ସେନ

ଡେସ୍କ: ଅଭିନେତ୍ରୀ ରିୟା ସେନ ଆଜି ଭାରତ ଯୋଡୋ ଯାତ୍ରାର ୭୧ତମ ଦିନରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଏହି ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସାମିଲ ହୋଇଥିଲେ ଅଭିନେତ୍ରୀ ରିୟା ସେନ। କିଛିଦିନ ପୂର୍ବରୁ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ପୂଜା ଭଟ୍ଟ ମଧ୍ୟ ଏହି ହାଇଦ୍ରାବାଦରେ ଯାତ୍ରାରେ ସାମିଲ ହୋଇ ନିଜ ସମର୍ଥନ ଜଣାଇଥିଲେ।


ଭାରତୀୟ ଜାତୀୟ କଂଗ୍ରେସ ଭାରତ ଯୋଡୋ ଯାତ୍ରାରେ ରିୟା ସେନ ଓ ରାହୁଲ ଗାନ୍ଧୀଙ୍କ ଫଟୋ ଟ୍ୱିଟ କରିଛି। ଏହାର କ୍ୟାପସନ ଦିଆଯାଇଛି, ଏବେ ରାସ୍ତାରେ ବିପ୍ଳବ। ଅନ୍ୟପକ୍ଷରେ ‘ଝଙ୍କାର ବିଟସ’ ଓ ନୌକାଡୁବି’ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ରିୟା ମଧ୍ୟ ଟ୍ୱିଟରରେ ଏହି ଯାତ୍ରା ନେଇ ନିଜ ମନ କଥା ପ୍ରକାଶ କରିଛନ୍ତି। ୪୧ ବର୍ଷୀୟ ଅଭିନେତ୍ରୀ ଲେଖିଛନ୍ତି, କେବଳ ଚଳଚ୍ଚିତ୍ର ଜଗତରୁ ନୁହେଁ, ଜଣେ ସାଧାରଣ ନାଗରିକ ଭାବେ ସେ ଏହି ଯାତ୍ରାରେ ସାମିଲ ହୋଇ ବହୁତ ଖୁସି ଅନୁଭବ କରୁଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories