www.samajalive.in
Sunday, December 14, 2025
16.1 C
Bhubaneswar

ସିଙ୍ଗାରୀଘାଟି ରାସ୍ତା ପାଲଟିଛି ମରଣଯନ୍ତା

କଲମପୁର : କଲମପୁର ଥୁଆମୁଳ ରାମପୁରକୁ ସଂଯୋଗ ପାଇଁ ରହିଛି ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ । ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୮ କି.ମି ଘାଟି ରାସ୍ତା ରହିଛି । ଯାହା ୧୫ଫୁଟ ଓସାର । ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ରହିଛି । ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଅନେକ ସ୍ଥାନରେ ଖାଲଖମା ଭର୍ତ୍ତି ହୋଇ ବିପର୍ଯ୍ୟସ୍ତ ହୋଇପଡିଛି ରାସ୍ତା । ଯେଉଁଥିପାଇଁ ରିତିମତ ଏହି ରାସ୍ତାରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ଥୁଆମୁଳ ରାମପୁରଠାରୁ ଜିଲ୍ଲା ସଦରମହାକୂମାକୁ ଥିବା ରାସ୍ତାର ୭୫ କିଲୋମିଟର ମଧ୍ୟରୁ ୬୦ କି.ମି କେବଳ ଘାଟି ଅଞ୍ଚଳ ଏବଂ ଅନେକ ବିପଦପୂର୍ଣ୍ଣ ମୋଡାଣି ରହିଛି । ଏପରିକି ରିତିମତ ଜଙ୍ଗଲି ହାତୀ, ବାଘ ଏବଂ ଭାଲୁର ପ୍ରଭାବ ରହିଛି । ତେଣୁ ଲୋକେ ଏହି ରାସ୍ତା ଦେଇ ଯାତାୟତ କରିବା ପାଇଁ ନିରାପଦ ଭାବନ୍ତି ନାହିଁ । ତେଣୁ ସିଙ୍ଗାରୀ ଘାଟି ଓ କଲମପୁର ଦେଇ ଯାତାୟତ କରିଥାନ୍ତି । ଯେଉଁଥିପାଇଁ ଏହି ରାସ୍ତା ଏବେ ଥୁଆମୁଳ ରାମପୁର ଅଞ୍ଚଳର ଜନ ସାଧାରଣଙ୍କ ପାଇଁ ଜୀବନରେଖା ପାଲଟିଛି । କିନ୍ତୁ ଉଭୟ ବନ ବିଭାଗ ଓ ପୂର୍ତ୍ତ ବିଭାଗ ଏହି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଉ ନ ଥିବାରୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୂଚନାଯୋଗ୍ୟ ଯେ, ଜଙ୍ଗଲ ବିଭାଗ ଅଧିନରେ ଏହି ସଂରକ୍ଷିତ ଜଙ୍ଗଲ ରହିଛି। ତେଣୁ ରାସ୍ତା ଓସାର ପାଇଁ ଜଙ୍ଗଲ ବିଭାଗର ଅନୁମତି ଆବଶ୍ୟକ ରହିଛି । କିନ୍ତୁ ଜଙ୍ଗଲ ବିଭାଗ ଆବଶ୍ୟକ ଅନୁମତି ଦେଉନଥିବାରୁ ରାସ୍ତା ଉନ୍ନତିକରଣ ହୋଇପାରୁ ନାହିଁ । ଏଥିପାଇଁ ଉଭୟ ଥୁଆମୁଳ ରାମପୁର ବ୍ଲକର କିଛି ଗ୍ରାମ ଓ ଘାଟି ତଳେ ଥିବା କଲମପୁର ବ୍ଲକର କେବଳ ପଣ୍ଡିଗାଁ, ବରଦୋଳି ଏବଂ ପୋଟେସ ଗ୍ରାମର ଗ୍ରାମ ସଭାର ଆବଶ୍ୟକ ରହିଛି । କିନ୍ତୁ ଏଥିପ୍ରତି ଉଭୟ ବିଭାଗ ନିରବ ରହିଛନ୍ତି । ଅନ୍ୟପଟେ ସ୍ଥାନୀୟ ଲୋକପ୍ରତିନିଧି ମଧ୍ୟ ନିରବ ଦର୍ଶକ । ତେଣୁ ରାସ୍ତା ନିର୍ମାଣ ହୋଇ ପାରୁନାହିଁ । ଯାତ୍ରୀ ପରିବହନ ପାଇଁ ଏହି ରାସ୍ତା ଦେଇ ଯାନ ବାହାନ ଚଳାଚଳ କରି ପାରୁନାହିଁ । ଗତ ଜୁନ ମାସରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୫ଜଣଙ୍କ ଜୀବନ ଅକାରଣେ ଚାଲିଯାଇଥିଲା । ତଥାପି ବିଭାଗୀୟ ଅଧିକାରୀ ରାସ୍ତା ନର୍ମାଣ ପାଇଁ ପଦକ୍ଷେପ ନେଉ ନାହାନ୍ତି । ପ୍ରତିବର୍ଷ ମରାମତି ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସୁଧୁରି ପାରୁନାହିଁ ରାସ୍ତାର ଅବସ୍ଥା । ଏହି ରାସ୍ତା ଉନ୍ନତିକରଣ କରାଗଲେ ଜିଲ୍ଲାର ଅବହେଳିତ ଅଞ୍ଚଳ ଭାବେ ପରିଚିତ ଥୁଆମୁଳ ରାମପୁର ସହ ଉଭୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ସହ ଯୋଗାଯୋଗ ପାଇଁ ସୁବିଧା ହେବା ସହ ଅଞ୍ଚଳର ଆର୍ଥିକ ବିକାଶ ହୋଇପାରିବ। ତେଣୁ ତୁରନ୍ତ ଏହି ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories