www.samajalive.in
Sunday, December 14, 2025
23.1 C
Bhubaneswar

ବହୁ ସମସ୍ୟାରେ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର-୨

ଜି ଉଦୟଗିରି: ଅନେକ ସମସ୍ୟା ଦେଇ ଗତି କରୁଛି ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର-୨ । ପୂର୍ବରୁ ଜି ଉଦୟଗିରି ଠାରେ ଅବସ୍ଥାପିତ ମୁର୍ସେଡ ମେମୋରିଆଲ ଖ୍ରୀଷ୍ଟିଆନ ଡାକ୍ତରଖାନା ଚାଲିଥିବା ବେଳେ ରାଜ୍ୟର କୋଣ ଅନୁକୋଣରୁ ରୋଗୀ ଆସି ଚିକିତ୍ସିତ ହେଉଥିଲେ । ଜି.ଉଦୟଗିରି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଏବେ ୧-ପାହ୍ୟାକୁ ଉନ୍ନୀତ ହୋଇଥିବାବେଳେ ଗ୍ରେସିଙ୍ଗିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଉନ୍ନୀତ ଆଶା ମଉଳି ଯାଇଛି ।

ଅପରପକ୍ଷରେ ଏହି ହସପିଟାଲ ଦ୍ୱାରା ପାଖାପାଖି ୩୫/୪୦ବର୍ଷ ଧରି ଲୋକମାନେ ସ୍ୱାସ୍ଥ୍ୟଗତ ସୁବିଧା ପାଇପାରୁଥିଲେ । ଟିକାବାଲି ବ୍ଲକର ପାବୁରିଆ, ଗଡଗୁଡ଼ା, ପେନେଲା ଓ ରୁଦଙ୍ଗିଆର ଲୋକ ମାନେ ଏହି ଡାକ୍ତରଖାନା ଉପରେ ଭରସା କରୁଥିବା ବେଳ, ରାଇକିଆ ବ୍ଲକର ଆଡାସିକୁପା, ପେଟାପାଙ୍ଗା ଓ ଆଖପାଖ ଅଞ୍ଚଳର ଶହଶହ ରୋଗୀ ମଧ୍ୟ ଉପକୃତ ହେଉଥିଲେ ।

- Advertisement -

ଏଠାରେ ସୀମିତ ଶଯ୍ୟା ବିଶିଷ୍ଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକାଧିକ ରୋଗୀ ଡାକ୍ତରଖାନା ବାହାରେ ଚିକିତ୍ସିତ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏହାର ଉନ୍ନତି ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ବଣ ଜଙ୍ଗଲ ଘେରା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ଡାକ୍ତର ପଦବୀ ପୂରଣ ହୋଇଛି । ହେଲେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପଦବୀ ପୂରଣ ହୋଇନଥିବା ବେଳେ, ୫ଜଣ ନର୍ସଙ୍କ ବଦଳରେ ୪ଜଣ ନର୍ସ ରହିଛନ୍ତି ।

୨ଜଣ ଫାର୍ମାସିଷ୍ଟ ବଦଳରେ ଜଣେ ମହିଳା ରହିଛନ୍ତି । ସେହିପରି ୩ଜଣ ଆଟେନାଣ୍ଡ ବଦଳରେ ଅଛନ୍ତି ଜଣେ ଆଟେନାଣ୍ଡ । ଖାଲିସେତିକି ନୁହେଁ, ଲାଇବ୍ରେରି ଟେକନିସିଆନ ପଦବୀ ମଧ୍ୟ ଖାଲିପଡ଼ିଛି । ଡାକ୍ତର ଗୃହ ଓ କର୍ମଚାରୀ ଗୃହର ଆବଶ୍ୟକତା ଅଛି । ସେପଟେ ବର୍ଷା ହେଲେ ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ ପାଣି ଗଳୁଛି । ଶୌଚାଳୟ ଅବସ୍ଥା ମଧ୍ୟ ଖରାପ ରହିଛି । ସୁନାମ ଅର୍ଜନ କରିଥିବା ଡାକ୍ତରଖାନା ଅଞ୍ଚଳବାସୀ ଓ ଜନପ୍ରତିନିଧିଙ୍କ ସଚେତନତା ଅଭାବରୁ ବିକାଶରେ ପ୍ରତିବନ୍ଧକ ସାଜିଛି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories