କଲମପୁର : ଆଜି ସକାଳ ୯.୩୦ ମିନିଟ ସମୟରେ ଟେମରା ଗ୍ରାମ ଠାରେ ଘଟିଛି ଏକ ଦୁର୍ଘଟଣା । ଏଥିରେ ଦୁଇ କଲେଜ ଛାତ୍ର ଛାତ୍ରୀଙ୍କ ସମେତ ତିନି ଜଣ ଗୁରୁତର ଆହତ ହେଇଛନ୍ତି । ସେମାନଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ।
ସୂଚନା ଅନୁସାରେ ଚିଲିଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଥିବା କଲମପୁର ବ୍ଲକ ଅଧିନସ୍ଥ ଟେମରା ଗ୍ରାମର ଦିବ୍ୟ ରଞ୍ଜନ ନାୟକ ଓ ଚିନ୍ମୟୀ ନାୟକ ନାମକ ଛାତ୍ରୀଙ୍କୁ ବନ୍ଧକନା ବସ ଷ୍ଟପକୁ ଚିନ୍ମୟୀର ଭାଇ ବିଭୁତି ନାୟକ ଏକ ବାଇକ ଯୋଗେ ଛାଡି ଆଣୁଥିଲେ । ଏହି ସମୟରେ ଟେମରା ଗ୍ରାମ ଠାରେ ଏକ ପିକଅପ ରାସ୍ତା କଡରେ ଛିଡା ହେଇଥିଲା । ଉକ୍ତ ପିକଅପକୁ ଅତିକ୍ରମ କରିବା ବେଳେ ହଠାତ୍ ପିକଅପ ଚାଳକ ପିକଅପକୁ ପଛକୁ କରୁଥିବା ବେଳେ ବାଇକକୁ ଧକ୍କା ଦେଇଥିଲା । ଯେଉଁଥି ପାଇଁ ବାଇକରେ ବସିଥିବା ତିନି ଜଣ ଛିଟିକି ପଡିଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକ ଉଦ୍ଧାର କରି ଆମ୍ବୁଲେନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ଉଭୟ ଚିନ୍ମୟୀ ଏବଂ ଦିବ୍ୟ ରଞ୍ଜନଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ବିଭୁତି ସାମାନ୍ୟ ଆହତ ହେଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଉଭୟ ଦିବ୍ୟ ଏବଂ ଚିନ୍ମୟୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପରାମର୍ଶ ଦିଆଯାଇଛି ।
ପିକଅପ ଧକ୍କାରେ ଭାଇ ଭଉଣୀଙ୍କ ସମେତ ତିନି ଗୁରୁତର
Popular Categories



