www.samajalive.in
Saturday, December 13, 2025
26.1 C
Bhubaneswar

ଆରମ୍ଭ ହେଲାଣି ଶୀତ ; ଜାଣନ୍ତୁ ଭୋଜନ ସମୟରେ କେଉଁ ଦିଗ ପ୍ରତି ଦେବେ ଧ୍ୟାନ

ଶରୀରକୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ସେବନ କରିବା ନିତାନ୍ତ ଆବଶ୍ୟକ। ଏହାସହ କେଉଁ ସମୟରେ କି କି ଖାଦ୍ୟ ଖାଇବେ ଏହା ଜାଣିବା ମଧ୍ୟ ଆବଶ୍ୟକ। ଥଣ୍ଡାପାଗରେ ଶରୀର ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଏହି ସମୟରେ ଥଣ୍ଡା କାଶ ଆଦି ହେବାର ଆଶଙ୍କା ଥାଏ। ତେଣୁ ଥଣ୍ଡା ପାଗରେ ଖାଦ୍ୟ-ପାନୀୟ ପ୍ରତି ସଚେତନ ରହିବାକୁ ପଡିଥାଏ। ତେବେ ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବା ଉଚିତ୍ ଓ ଅନୁଚିତ୍ ସେ ବିଷୟରେ ଜାଣନ୍ତୁ ..

ଥଣ୍ଡାପାଗରେ ଭୋକ ଅଧିକ ମାତ୍ରାରେ ବଢିଯାଇଥାଏ। ତେଣୁ ଓଭର ଡାଇଟିଙ୍ଗ କରନ୍ତୁ ନାହିଁ। ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଦ୍ବାରା ଶରୀରର ଓଜନ ବୃଦ୍ଧି ହେବା ସହ ଆପଣ ମୋଟା ହୋଇ ପାରନ୍ତି।

- Advertisement -

ଥଣ୍ଡାପାଗରେ ଲୁଣ ଓ ଚିନି କମ୍ ମାତ୍ରାରେ ସେବନ କରନ୍ତୁ। ଚା’ ଓ କଫି ବାରମ୍ବାର ପିଅନ୍ତୁ ନାହିଁ।

ରାତ୍ରି ଭୋଜନରେ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ। ପୁରୀ ବା ପରଠା ଖାଇବାକୁ ଯଦି ଇଚ୍ଛା ହେଉଛି ତେବେ ଦିନରେ ଖାଆନ୍ତୁ। ରାତିରେ ତେଲ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

ଥଣ୍ଡା ପାଗରେ ଆଳସ୍ୟ କାରଣରୁ କିଛି ଲୋକ ଦୁଇ ଓଳିର ଖାଦ୍ୟ ଗୋଟିଏ ସମୟରେ କରି ରଖି ଦିଅନ୍ତି। କିନ୍ତୁ ଏପରି କରିବା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ।

ବିବାହ ଆଦି ଉତ୍ସବରେ ଅନେକ ଲୋକ କିଛି ନଭାବି ବହୁତ କିଛି ଖାଦ୍ୟ ଖାଇଥାନ୍ତି। ସେଥିରେ ଅଧିକ ମାତ୍ରାରେ ତେଲ ରହିଥିବାରୁ ତାହା ଶରୀର ପାଇଁ ଉପଯୋଗୀ ନୁହେଁ। ତେଣୁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ।

ଥଣ୍ଡାପାଗରେ ପତ୍ରଜନିତ ପରିବା, ଗାଜର, ମୂଳା ଆଦି ଅଧିକରୁ ଅଧିକ ସେବନ କରନ୍ତୁ। ମେଥୀ ଶାଗ, ବଥୁଆ ଶାଗ, ପାଳଙ୍ଗ ଶାଗ, ମୂଳା, ଗାଜର, ବିଟ୍ ଆଦିରେ ପରଠା ପ୍ରସ୍ତୁତ କରି ଖାଇ ପାରିବେ ।

ଏହି ସମୟରେ ଡ୍ରାଏ ଫ୍ରୁଟ୍ସ ସେବନ କରିବା ଅମୃତ ସମାନ ହୋଇଥାଏ। ବାଦାମ, କାଜୁ, ଅଖରୋଟ୍, କିସମିସ ଆଦି ଖାଇବା ଦ୍ବାରା ଥଣ୍ଡା ଶର୍ଦ୍ଦି ହୋଇନଥାଏ।

ଏହି ଦିନରେ ଅଧିକ ହଳଦୀ ବ୍ୟବହାର ହେଉଥିବା ଖାଦ୍ୟ ଓ ହଳଦୀ ମିଶ୍ରିତ କ୍ଷୀର ପିଇବା ବେଶ୍‍ ଉପକାରୀ ।

ଯଦି ମିଠା ଖାଇବାକୁ ଚାହୁଁଛନ୍ତି ତେବେ ଗାଜର ଖିରୀ ଏବଂ ଖଜୁର ଖିରୀ ଖାଇ ପାରିବେ। କାରଣ ଏଥିରେ ପ୍ରାକୃତିକ ମିଠା ଥାଏ ଯାହା ଶରୀର ଉପକାରୀ । ମାତ୍ର ଏଥିରେ କମ୍‍ ପରିମାଣରେ ଚିନି କିମ୍ବା ଚିନି ବଦଳରେ ଗୁଡ ବ୍ୟବହାର କରିପାରିବେ ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories