www.samajalive.in
Saturday, December 13, 2025
26.1 C
Bhubaneswar

ଜଳବାୟୁ ସୁରକ୍ଷା ତାଲିକାରେ ୨ଟି ସୋପାନର ସଫଳତା, ଅଷ୍ଟମ ସ୍ଥାନରେ ଭାରତ

ଡେସ୍କ: ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ ୨୦୨୩ରେ ୬୩ଟି ମଧ୍ୟରୁ ଭାରତ ଦୁଇଟି ସୋପାନ ଅତିକ୍ରମ କରି ଅଷ୍ଟମ ସ୍ଥାନ ହାସଲ କରିଛି। ଦେଶରେ ଅକ୍ଷୟ ଶକ୍ତି ବୃଦ୍ଧି ଓ ନିର୍ଗମନରେ ହ୍ରାସ ଏହାର ପ୍ରମୁଖ କାରଣ ବୋଲି କୁହାଯାଇଛି। ୟୁରୋପୀୟ ୟୁନିଅନ୍ ଏବଂ ୫୯ଟି ଦେଶର ଜଳବାୟୁ କାର୍ଯ୍ୟଦକ୍ଷତାକୁ ଆକଳନ କରୁଥିବା ତିନୋଟି ଘରୋଇ ପରିବେଶ ସଂଗଠନ ଏହି ରିପୋର୍ଟ ପ୍ରକାଶ କରିଛନ୍ତି।

ଜର୍ମାନ ୱାଚ୍, ନ୍ୟୁ କ୍ଲାଇମେଟ୍ ଇନଷ୍ଟିଚ୍ୟୁଟ୍ ଏବଂ କ୍ଳାଇମେଟ ଆକ୍ସନ୍ ନେଟୱାର୍କ ଦ୍ୱାରା ୨୦୩୦ ସୁଦ୍ଧା ନିର୍ଗମନ ହ୍ରାସ କରିବା ଦିଗରେ ଦେଶଗୁଡିକ କେତେ ଭଲ କରୁଛନ୍ତି ତାହା ଆକଳନ ଆକଳନ ଓ ତର୍ଜମା କରୁଛନ୍ତି। ଏହି ତାଲିକାର ପ୍ରଥମ ୩ଟି ସ୍ଥାନରେ କୌଣସି ଦେଶ ନାହାନ୍ତି କାରଣ କୌଣସି ଦେଶ ସମସ୍ତ ସୂଚକାଙ୍କ ବର୍ଗରେ ଯଥେଷ୍ଟ ଭଲ ପ୍ରଦର୍ଶନ କରିନାହାଁନ୍ତି। ଚତୁର୍ଥ ସ୍ଥାନରେ ଡେନମାର୍କ, ପଞ୍ଚମରେ ସ୍ୱିଡେନ ଏବଂ ସଂସ୍ଥା ସ୍ଥାନରେ ଚିଲି ରହିଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଏବଂ ଶକ୍ତି ବ୍ୟବହାର ବର୍ଗରେ ଭାରତ ଉଚ୍ଚ ମାନ୍ୟତା ହାସଲ କରିଥିବା ବେଳେ ଜଳବାୟୁ ନୀତି ଏବଂ ନବୀକରଣ ଯୋଗ୍ୟ ଶକ୍ତି ବିଭାଗରେ ମଧ୍ୟମ ମାନ୍ୟତା ପାଇଛି।

- Advertisement -

ବର୍ତ୍ତମାନ ବିଶ୍ୱର ସବୁଠୁ ବଡ ପ୍ରଦୂଷଣକାରୀ ଚୀନ୍ ଚଳିତ ବର୍ଷର ତାଲିକାରେ ୧୩ଟି ସୋପାନ ତଳକୁ ଖସି ୫୧ତମ ସ୍ଥାନକୁ ଖସି ଆସିଛି। ନୂତନ କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପାଇଁ ଯୋଜନା ହେତୁ ସାମଗ୍ରିକ ଭାବେ ଚୀନ ବହୁତ କମ୍ ମାନ୍ୟତା ପାଇଛି। ଆମେରିକା ତିନୋଟି ସୋପାନ ଉପରକୁ ଉଠି ୫୨ତମ ସ୍ଥାନକୁ ଉନ୍ନୀତ ହୋଇଛି। ଇରାନ ୬୩, ସାଉଦି ଆରବ ୬୨ ଏବଂ କାଜାଖସ୍ତାନ ୬୧ତମ ସ୍ଥାନରେ ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories