www.samajalive.in
Monday, December 8, 2025
24.1 C
Bhubaneswar

ଆମ ଆଦମୀ ପାର୍ଟିର ୧୧ ନମ୍ବର ଜୋନ କାର୍ଯ୍ୟକର୍ତ୍ତା ସମ୍ମିଳନୀ

କଣ୍ଟାବାଞ୍ଜି: ଆମ ଆଦମୀ ପାର୍ଟିର ଜୋନସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ୧୧ ନମ୍ବର ଜୋନର ବୈଠକ ଧାମନଡଙ୍ଗାଠାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଟିର ଧାମନଡଙ୍ଗା ପଞ୍ଚାୟତ ସଭାପତି ଡୋଲାମଣି ମହତଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ନିର୍ବାଚନ ମଣ୍ଡଳୀର ସଂଯୋଜକ ସୁରଥ ବେହେରା ମୁଖ୍ୟ ଅତିଥି, ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ କ୍ଷେତ୍ରବାସୀ ତାଣ୍ଡି ମୁଖ୍ୟ ବକ୍ତା, ଜୋନ ପ୍ରଭାରୀ ଗୋର୍ବଧନ ବେହେରା, କଣ୍ଟାବାଞ୍ଜି ଟାଉନ ସଭାପତି ବିଷ୍ଣୁ ପୁଞ୍ଜି ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ଅତିଥିମାନେ ଆମ ଆଦମୀ ପାର୍ଟିର ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି, ରୋଜଗାରର ନୀତିକୁ ଘରଘର ପହଞ୍ଚାଇବାର ସଂକଳ୍ପ ନେଇଥିଲେ। ଏହି ଅବସରରେ ବିନୋଦ ପୁଟେଲଙ୍କୁ ୧୧ ନମ୍ବର ଜୋନ ସଭାପତି ରୂପେ ମନୋନୀତ କରାଗଲା । ସଭାରେ ଅବସରପ୍ରାପ୍ତ ଆଙ୍ଗନୱାଡି ସୁପରଭାଇଜର ସୁନିତି ରଣା, ବିଜେଡିରୁ କୃଷ୍ଣଚନ୍ଦ୍ର ସାହୁ ସହ ଅନ୍ୟ ଦଳର କର୍ମୀମାନେ ଆପରେ ଯୋଗଦେଇଛନ୍ତି। ଏହି ଅବସରେ ଜମ୍ବୁ ଛୁରା, ଗୋପାଳ ରଣା, ଭୀମରାଜ ଅଦା, ସୁରେନ୍ଦ୍ର ରଣା, ଯୁଲାମଣି ସୁନା, ଟିକେ ମାଝୀ, ନିମାକର ମାଝୀ, ତୀର୍ଥ ରଣା, ବିସଂବରତାଣ୍ଡି, ଅଗଷ୍ଟ ହଂସ, ସରକାର ବଂଛୋର, ଗୋପୀ ଦାସ, ହରି ଦାସ,କେଶବ ମାଝୀ, ଦେବରାଜ ଲୁହା ପ୍ରମୁଖ ସହଯୋଗ କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories