www.samajalive.in
Saturday, December 13, 2025
26.1 C
Bhubaneswar

୮୦୦ କୋଟିକୁ ବିଶ୍ୱ ଜନସଂଖ୍ୟା ବୃଦ୍ଧି: ମିଳିତ ଜାତିସଂଘ

ଡେସ୍କ: ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିଥିବା ଜାତିସଂଘ ଚେତାବନୀ ଦେଇଛି। ଜାତିସଙ୍ଘ କହିଛି ଯେ ଜଳବାୟୁ ପରିବର୍ତ୍ତନ ହେତୁ ସମ୍ବଳ ଅଭାବର ସମ୍ମୁଖୀନ ହେଉଥିବା ଅଞ୍ଚଳଗୁଡିକ ପାଇଁ ଏହି ଜନସଂଖ୍ୟା ବୃଦ୍ଧି ଅଧକ କଷ୍ଟଦାୟକ ହେବ। ଆକଳନ ଅନୁଯାୟୀ, ୨୦୮୦ ସୁଦ୍ଧା ଆହୁରି ୨୪୦ କୋଟି ଲୋକ ଏହି ସଂଖ୍ୟା ସହ ସାମିଲ ହେଲେ ଖାଦ୍ୟ, ଜଳ, ବ୍ୟାଟେରୀ, ଓ ପେଟ୍ରୋଲ ଆବଶ୍ୟକତା ପଡିବ।

ଆଫ୍ରିକୀୟ ଦେଶଗୁଡିକରେ ଜନସଂଖ୍ୟା ବୃଦ୍ଧି ଅଧିକ ହେବା ଅନୁମାନ କରାଯାଉଥିବାରୁ ସେହି ଦେଶଗୁଡିକ ପାଇଁ ବିଶେଷ ଭାବରେ ଭୟଙ୍କର ହେବ। ଅନ୍ୟପକ୍ଷରେ ସେଠାରେ ପ୍ରାୟ ୭୩୮ ନିୟୁତ ଲୋକ ପର୍ଯ୍ୟାପ୍ତ ଖାଦ୍ୟ ପାଉନଥିବା ବେଳେ ଶତାବ୍ଦୀର ମଧ୍ୟଭାଗରେ ଜନସଂଖ୍ୟା ୯୫% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

- Advertisement -

ମଧ୍ୟ ଆୟକାରୀ ଦେଶଗୁଡିକ, ମୁଖ୍ୟତଃ ଏସିଆରେ ୨୦୧୧ ମସିହାରୁ ପ୍ରାୟ ୭୦୦ ନିୟୁତ ଜନସଂଖ୍ୟା ବୃଦ୍ଧି ଘଟିଛି। କେବଳ ଭାରତରେ ୧୮୦ ନିୟୁତ ଲୋକ ଏଥିରେ ଅଛନ୍ତି ​​ଏବଂ ଆସନ୍ତା ବର୍ଷ ବିଶ୍ୱର ଜନବହୁଳ ଦେଶ ଭାବରେ ଭାରତ ଚୀନକୁ ଅତିକ୍ରମ କରିବାକୁ ଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories