www.samajalive.in
Saturday, December 13, 2025
18.1 C
Bhubaneswar

ତମ୍ବା ପାତ୍ର ବ୍ୟବହାର ପୂର୍ବରୁ ଜାଣି ରଖନ୍ତୁ..

ମୁଖ୍ୟତଃ ଏପରି କିଛି ଖାଦ୍ୟ ଅଛି ଯାହାକୁ ତମ୍ବା ପାତ୍ରରେ ରଖିବା ଦ୍ୱାରା ଏହା ସ୍ୱାସ୍ଥ୍ୟର କ୍ଷତି କରିଥାଏ। ତମ୍ବାରେ କପର ଧାତୁ ରହିଥାଏ, ଯାହା ଖାଦ୍ୟରେ ମିଶିବା ଫଳରେ ତାହା ବିଷାକ୍ତ ହୋଇଯାଏ। ସେହି ଖାଦ୍ୟକୁ ଖାଇବା ପରେ ଫୁଡ଼ ପଏଜନିଂ ହେବାର ଆଶଙ୍କା ରହିଛି। ଜାଣନ୍ତୁ କେଉଁ ଖାଦ୍ୟ ତମ୍ବା ବାସରେ ରଖିବା ଉଚିତ ନୁହେଁ ..
ଆଚାର, ଦହି ଓ ଲେମ୍ବୁରସ ଆଦିକୁ ତମ୍ବା ବାସନରେ ରଖିବା ଉଚିତ ନୁହେଁ। ଆଚାରରେ ଥିବା ସିରକା, ଲେମ୍ବୁ ରସରେ ଥିବା ସାଇଟ୍ରିକ ଏସିଡ଼, ଦହିରେ ଥିବା ଲାକଟିକ ଏସିଡ଼ ତମ୍ବା ସହ ମିଶି ବିଷାକ୍ତ ହୋଇଯାଏ। ତେଣୁ ଏହି ସମସ୍ତ ଖାଦ୍ୟଦ୍ରବ୍ୟକୁ ତମ୍ବା ବାସନରେ ରଖିବା ଉଚିତ ନୁହେଁ।
ଫଳ– ତମ୍ବା ପାତ୍ରରେ କୌଣସି ପ୍ରକାରର ଖଟା ଫଳ ରଖନ୍ତୁ ନାହିଁ। ସେଓ, ସପୁରୀ, ଡ଼ାଳିମ୍ବ, ଆମ୍ବ ଇତ୍ୟାଦି ଫଳକୁ ତମ୍ବା ପାତ୍ରରେ ରଖନ୍ତୁ ନାହିଁ। ତମ୍ବା ପାତ୍ରରେ ଏହି ସମସ୍ତ ଫଳକୁ ରଖି ଖାଇବା ପରେ ବାନ୍ତି ହେବା, ମୁଣ୍ଡ ବୁଲାଇବା ପରି ସମସ୍ୟା ସୃଷ୍ଟି ହୋଇଥାଏ।
କ୍ଷୀର – ଥଣ୍ଡା କିମ୍ବା ଗରମ କ୍ଷୀରକୁ ତମ୍ବା ପାତ୍ରରେ ରଖିବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ।
ରାତିରେ ଏକ ତମ୍ବା ପାତ୍ରରେ ପାଣି ଭରି ରଖି ସକାଳେ ଏହି ପାଣି ପିଇବାକୁ ଅନେକ ପରାମର୍ଶ ଦେବାର ଶୁଣିଥିବେ । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହି ପରାମର୍ଶ ପଛରେ କ’ଣ ରହିଛି କାରଣ?
ତମ୍ବା ପାତ୍ରର ପାଣି ପିଇବା ଦ୍ବାରା ପାଚନ କ୍ରିୟା ସଠିକ୍ ଭାବରେ ହୋଇଥାଏ ।
ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାୟକ ହୁଏ ।
ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ରକ୍ତରେ କୋଲେଷ୍ଟେରୋଲ୍‍ ମାତ୍ରା ମଧ୍ୟ କମ୍ କରେ ।
ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ବାରା ହୃଦଘାତ ଜନିତ ଆଶଙ୍କା କମ୍ ଥାଏ ।
ତ୍ବଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
ମୋଟାପଣ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ ।
ଏହା ଦ୍ବାରା ଏନିମିୟା ରୋଗରୁ ମଧ୍ୟ ଉପଶମ ମିଳିଥାଏ ।
ଏକ ଅଧ୍ୟୟନରୁ ଜଣାପଡିଛି ଯେ, ତମ୍ବାରେ କର୍କଟ ରୋଗ ନିରୋଧୀ ତତ୍ତ୍ବ ରହିଛି । ତେଣୁ ତମ୍ବା ପାତ୍ରରେ ଥିବା ପାଣି ପିଇବା ଦ୍ବାରା କର୍କଟ ରୋଗକୁ ଆରମ୍ଭରୁ ରୋକା ଯାଇ ପାରିବ ।
ନିୟମତି ତମ୍ବା ପାତ୍ର ପାଣି ପିଇବା ଦ୍ବାରା ଶରୀରର ପୀଡା, ଆଣ୍ଠୁଗଣ୍ଠି ବିନ୍ଧା ଓ ଫୁଲା ରୋଗ ହୋଇନଥାଏ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories